Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ LOC ନିକଟରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ତିନି ଗିରଫ

ନୂଆଦିଲ୍ଲୀ: ଗତକାଲି ରାତିରେ ଖରାପ ପାଗ ଏବଂ ପ୍ରବଳ ବର୍ଷାର ସୁଯୋଗ ନେଇ ପୁଞ୍ଚ ସେକ୍ଟରରେ ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ତିନି ଆତଙ୍କବାଦୀଙ୍କୁ ସେଠାରେ ଅଟକିବା ପାଇଁ କୁହାଯାଇଥିଲା। ଏହା ପରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ। ଯାହାଫଳରେ ସେନା ପାଲଟା ଆକ୍ରମଣ କରିଥିଲା। ଯେଉଁଥିରେ କିଛି ଆତଙ୍କବାଦୀ ନିହତ ହୋଇଥିଲେ।

ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି। ସର୍ଚ୍ଚ ଅପରେସନରେ ରକ୍ତ ଦେଖିବାକୁ ମିଳିଛି। ତିନିଜଣ ଆତଙ୍କବାଦୀଙ୍କୁ କିଛି ଅସ୍ତ୍ରଶସ୍ତ୍ର, IED ଏବଂ ଯୁଦ୍ଧ ଭଳି ଜିନିଷ ଜବତ କରାଯାଇଛି। ଜଣେ ଭାରତୀୟ ସେନା ଆହତ ହୋଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସନ୍ଧାନ କାର୍ଯ୍ୟ ଚାଲିଛି।

ପୁଞ୍ଚର LoC ନିକଟରେ ଥିବା ଖେରୀ ସେକ୍ଟରରେ ତିନିଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଜଣେ ସନ୍ଦିଗ୍ଧ ଆହତ ହୋଇଥିବା କୁହାଯାଉଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଛି। ଗୋଟିଏ ଏକ-୪୭, ଦୁଇଟି ପିସ୍ତଲ, ୬ ଗ୍ରେନେଡ, ଗୋଟିଏ ଆଇଡି ଏବଂ ୨୦ ପ୍ୟାକେଟ ହିରୋଇନ ମିଳିଛି। ସୁରକ୍ଷା ବାହିନୀ ଏହି ତିନିଜଣଙ୍କୁ ଜେରା କରୁଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ, ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ, ଅନ୍ୟ ଦୁଇଙ୍କ ତଲାସୀ ଜାରୀ

ନୂଆଦିଲ୍ଲୀ: ଆଜି ସକାଳେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ରେ ଏକ ବଡ ଅନୁପ୍ରବେଶକୁ ଭାରତୀୟ ସେନା ପଣ୍ଡ କରିଛି। ଏଥିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀନିହତ ହୋଇଛି। ଅନ୍ୟ ଦୁଇ ଜଣଙ୍କ ତଲାସୀ ଜାରୀ ରହିଛି। ଜଣେ ସେନା ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ଭୋର ପ୍ରାୟ ୨.୧୫ ସମୟରେ ଶାହପୁର ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସେତେବେଳେ ଏଲଓସି ରେ ପ୍ରହରା ଦେଉଥିବା ଭାରତୀୟ ଯବାନମାନେ ଅନୁପ୍ରବେଶକାରୀଙ୍କୁ ଦେଖି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ରଜୌରୀରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ : 2 ସାଧାରଣ ନାଗରିକ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ରଜୌରୀ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ 2 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ରଜୌରୀ ଜିଲ୍ଲା ଅନ୍ତର୍ଗତ ମଞ୍ଜକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଏବଂ ମୋର୍ଟାର ମାଡ କରାଯିବା ଫଳରେ ଦୁଇ ଗ୍ରାମବାସୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିବା ନେଇ ପୋଲିସ୍‌ ସୂଚନା ଦେଇଛି । ତିନୋଟି ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଦୁଇ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉଭୟ ସେନା ପକ୍ଷରୁ ଗୁଳିଚାଳନା ଜାରି ରହଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କାଠୁଆରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର କାଠୁଆ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଶନିବାର ଅପରାହ୍ନରେ କାଠୁଆର ହୀରାନଗରରେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାକୁ ନଇ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ କିଛି ଘର ନଷ୍ଟ ହୋଇଛି । (ଏଜେନ୍ସି)

Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ଦୁଇ ପାକ୍‌ ସୈନ୍ୟ ନିହତ

ନୂଆଦିଲ୍ଲୀ, 26/12 : ବାରମୁଳାର ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି । ଉରିରେ ପାକିସ୍ତାନ ଆକ୍ରମଣରେ ଜଣେ ଭାରତୀୟ ଯବାନ ପ୍ରାଣ ହରାଇବା ପରେ ପ୍ରତିଆକ୍ରମଣରେ ପାକ୍‌ ଯବାନ ପ୍ରାଣ ହରାଇଛନ୍ତି । ଗୁରୁବାର ଭାରତୀୟ ସେନା ପକ୍ଷରୁ ଏହି ବକ୍ରମଣ କରାଯାଇଥିବା ବେଳେ ପାକ୍‌ ସେନାର 2ରୁ 3ଟି ଶିବିର ନଷ୍ଟ କରିଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବୁଧବାର ପାକ୍‌ ସେନା ପକ୍ଷରୁ ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ ଏବଂ ଚୁରଣ୍ଡା ଅଞ୍ଚଳରେ ଗୁଳିମାଡ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ ଜଣେ 23 ବର୍ଷୀୟ ଯୁବତୀ ପ୍ରାଣ ହରାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।