ରଜୌରୀରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ : 2 ସାଧାରଣ ନାଗରିକ ଆହତ

Published: Apr 15, 2020, 12:13 pm IST

ଶ୍ରୀନଗର : ଜମ୍ମୁ କାଶ୍ମୀରର ରଜୌରୀ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ 2 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ରଜୌରୀ ଜିଲ୍ଲା ଅନ୍ତର୍ଗତ ମଞ୍ଜକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଏବଂ ମୋର୍ଟାର ମାଡ କରାଯିବା ଫଳରେ ଦୁଇ ଗ୍ରାମବାସୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିବା ନେଇ ପୋଲିସ୍‌ ସୂଚନା ଦେଇଛି । ତିନୋଟି ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଦୁଇ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉଭୟ ସେନା ପକ୍ଷରୁ ଗୁଳିଚାଳନା ଜାରି ରହଛି । (ଏଜେନ୍ସି)

Related posts