Categories
ଆଜିର ଖବର ଜାତୀୟ ଖବର

ରଜୌରୀରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ : 2 ସାଧାରଣ ନାଗରିକ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ରଜୌରୀ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ 2 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ରଜୌରୀ ଜିଲ୍ଲା ଅନ୍ତର୍ଗତ ମଞ୍ଜକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଏବଂ ମୋର୍ଟାର ମାଡ କରାଯିବା ଫଳରେ ଦୁଇ ଗ୍ରାମବାସୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିବା ନେଇ ପୋଲିସ୍‌ ସୂଚନା ଦେଇଛି । ତିନୋଟି ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଦୁଇ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉଭୟ ସେନା ପକ୍ଷରୁ ଗୁଳିଚାଳନା ଜାରି ରହଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର : ସମଗ୍ର ବିଶ୍ବ କରୋନା ପ୍ରଭାବରେ ଆକ୍ରାନ୍ତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଉଭୟ ରାଷ୍ଟ୍ର କରୋନାରେ ପ୍ରଭାବିତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ରବିବାର ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପୁଞ୍ଚର କିର୍ଣ୍ଣି ଏବଂ କସ୍‌ବା ସେକ୍ଟରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିବା ଜଣାପଡିଛି । ଦିନ ପ୍ରାୟ 1.40 ମିନିଟ୍‌ରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ : ଭାରତୀୟ ଯବାନ ଶହୀଦ

ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଏହି କାଣ୍ଡ ଘଟିଛି । ଶନିବାର ଅପରାହ୍ନ 3.45 ମିନିଟ୍‌ରେ ଏହି ଘଟଣା ଘଟିଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାକୁ ନଇ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗା ହ୍ରାସ ପାଇଛି : ଜି କିଶାନ ରେଡ୍ଡୀ

ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗା ଅବିଶ୍ବସନୀୟ ଭାବରେ ହ୍ରାସ ପାଇଛି ବୋଲି ଲୋକସଭାରେ ଗୃହମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସଭାରେ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । 2019 ମସିହାରେ ଧାରା 370 ଉଚ୍ଛେଦ ପରଠାରୁ 190ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ 765 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଗଷ୍ଟ 4 ପୂର୍ବରୁ 361ଟି ପଥର ଫିଙ୍ଗା ଘଟଣା ଘଟିଥିବା ଜଣାପଡିଛି । 2016 ମସିହାରେ 2653ଟି ପଥରଫିଙ୍ଗା ମାମଲା ଆସିଥିବା ବେଳେ 10571 ଜଣଙ୍କୁ ଗିରଫ କରାଯାଇଥିଲା । 2017ରେ 1412ଟି ଘଟଣା ଘଟିଥିବା ବେଳେ 2838 ଜଣଙ୍କୁ ଗିରଫ କରାଯାଇଥିଲା । 2018ରେ 1458ଟି ପଥରଫିଙ୍ଗା ଘଟଣା ଘଟିଥିବା ବେଳେ 3797 ଜଣଙ୍କୁ ଗିରଫ କରାଯାଇଥିଲା । ବିଗତ ତିନି ବର୍ଷ ତୁଳନାରେ ଚଳିତ ବର୍ଷ 551ଟି ପଥର ଫିଙ୍ଗା ମାମଲା ଆସିଛି । କାଶ୍ମୀର ଉପତ୍ୟାକାକୁ ଶାନ୍ତି ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଜି କିଶାନ ରେଡ୍ଡୀ ପ୍ରକାଶ କରିଥିଲେ । ସେହିପରି ଧାରା 370 ଉଚ୍ଛେଦ ପରଠାରୁ ପାକିସ୍ତାନ ପକ୍ଷରୁ 950 ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ରେଡ୍ଡୀ ସୂଚନା ଦେଇଥିଲେ । ଅଗଷ୍ଟ 5 ପରଠାରୁ ପର୍ଯ୍ୟଟନରୁ 25.12 କୋଟିର ରାଜସ୍ବ ଆଦାୟ ହୋଇଥିବା ରେଡ୍ଡୀ ସୂଚନା ଦେଇଥିଲେ ।

Categories
ଆଜିର ଖବର

ସୀମାବିରତି ଉଲଂଘନ କଲା ପାକ୍‌ : ବିଏସଏଫ୍‌ ଯବାନଙ୍କ ସମେତ ୫ ବର୍ଷୀୟ ବାଳିକା ମୃତ

ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପାକ୍‌ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ଜଣେ ଇନ୍‌ସପେକ୍ଟର ସହିଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସେହିପରି ୫ ବିଏସ୍‌ଏଫ୍‌ ଯବାନଙ୍କ ସହ ୧୪ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାହାପୁର ସେକ୍ଟରର ୫ କିମି ପରିଧି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସୋମବାର ସକାଳ ପ୍ରାୟ ୭.୪୫ରୁ ପାକିସ୍ତାନ ସେନା ସ୍ୱୟଂଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ପୁଞ୍ଚ ଜିଲ୍ଲାର ଶାହାପୁର ଓ କେରିନ୍‌ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକ୍‌ ସେନା ଟାର୍ଗେଟରେ ସେନା ଆଉଟ୍‌ ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକ ରହିଥିଲା। ପାକ୍‌ ସେନାର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିମାଡ଼ରେ ପ୍ରଥମେ ଜଣେ ୫ ବର୍ଷ ବୟସର ବାଳିକା ପ୍ରାଣ ହରାଇଥିଲେ। ଏହାପରେ ବିଏସ୍‌ଏଫ୍‌ର ଇନ୍‌ସପେକ୍ଟରଙ୍କ ଦେହର ମଧ୍ୟ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନେ ଏବେ ହସ୍ପିଟାଲ୍‌ରେ ରହିଛନ୍ତି। ପାକିସ୍ତାନ ମାଡ଼ କରିଥିବା ମୋର୍ଟାର ଶାହାପୁର, ମେନ୍ଧେର, କେରିନ, ଦାବାରଜ, ମାନକୋଟ ପଡ଼ିଥିଲା। ଏଥିପାଇଁ ଗାଁ ଲୋକଙ୍କୁ ଘରୁ ନ ବାହରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର

ରାଜୌରିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ସେନା : ଜଣେ ଭାରତୀୟ ଯବାନ ସହିଦ

ଜମ୍ମୁ ଓ କଶ୍ମୀର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାର୍ଶ୍ୱସ୍ଥ ଫର୍‌ଓ୍ଵାର୍ଡ ଅଞ୍ଚଳ ଏବଂ ପୋଷ୍ଟଗୁଡ଼ିକରେ ପ୍ରବଳ ସେଲିଙ୍ଗ୍‌ ମାଡ଼ କରି ଅସ୍ତ୍ରବିରତି ଉଲ୍ଲଂଘନ କରିବା କାରଣରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଶହୀଦ୍‌ ହୋଇଥିବା ଯବାନ୍‌ ଜଣକ ହେଉଛନ୍ତି ୨୪ ବର୍ଷୀୟ ୟଶ୍‌ ପଲ୍‌। ୪୮ ଘଣ୍ଟା ମଧ୍ୟରେ ୨ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ପାକିସ୍ତାନୀ ସୈନ୍ୟ ଜମ୍ମୁକଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ପାର୍ଶ୍ବର ୪ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ଜାନୁଆରି ମାସ ଠାରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ୧୧୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲେଣି। ବାଲାକୋଟ୍‌ ଆକ୍ରମଣ ପରେ ପାକିସ୍ତାନ ବହୁବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।

Categories
ଆଜିର ଖବର

ଏଲଓସିରେ ପାକିସ୍ତାନ ପଟରୁ ଗୁଳିମାଡ଼, ଜବାବ ଦେଲା ଭାରତୀୟ ସେନା

ଭାରତ ପୁଲୱାମା ହମଲାର ପ୍ରତିଶୋଧ ନେବା ପରେ ପ୍ରତିହିଂସାପରାୟଣ ହୋଇଛି ପାକିସ୍ତାନ। ଗତକାଲିଠାରୁ ବାରମ୍ବାର ଏଲଓସି ଉପରେ ଗୁଳିମାଡ଼ କରୁଛି। ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ଆଜି ସକାଳେ ଉରି, ପୁଞ୍ଛ, ରାଜୋରୀ, ଅଖନୁର ସମେତ ୧୨ରୁ ୧୫ଟି ସ୍ଥାନରେ ପ୍ରବଳ ଗୁଳିଗୋଳା ମାଡ଼ ହୋଇଛି। ଗତକାଲି ସନ୍ଧ୍ୟାରେ ବି ପାକିସ୍ତାନ ପଟରୁ କିଛି ସ୍ଥାନରେ ଗୁଳିମାଡ଼ ହୋଇଥିଲା। ଯାହାର କଡ଼ା ମୁକାବିଲା କରିଛି ଭାରତୀୟ ସେନା। ଭାରତର ଜବାବରେ ପାକିସ୍ତାନ ରେଞ୍ଜର୍ସର ବହୁ କ୍ଷୟକ୍ଷତି ବି ହୋଇଛି।