ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗା ହ୍ରାସ ପାଇଛି : ଜି କିଶାନ ରେଡ୍ଡୀ

Published: Nov 20, 2019, 1:53 pm IST

ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗା ଅବିଶ୍ବସନୀୟ ଭାବରେ ହ୍ରାସ ପାଇଛି ବୋଲି ଲୋକସଭାରେ ଗୃହମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସଭାରେ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । 2019 ମସିହାରେ ଧାରା 370 ଉଚ୍ଛେଦ ପରଠାରୁ 190ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ 765 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଗଷ୍ଟ 4 ପୂର୍ବରୁ 361ଟି ପଥର ଫିଙ୍ଗା ଘଟଣା ଘଟିଥିବା ଜଣାପଡିଛି । 2016 ମସିହାରେ 2653ଟି ପଥରଫିଙ୍ଗା ମାମଲା ଆସିଥିବା ବେଳେ 10571 ଜଣଙ୍କୁ ଗିରଫ କରାଯାଇଥିଲା । 2017ରେ 1412ଟି ଘଟଣା ଘଟିଥିବା ବେଳେ 2838 ଜଣଙ୍କୁ ଗିରଫ କରାଯାଇଥିଲା । 2018ରେ 1458ଟି ପଥରଫିଙ୍ଗା ଘଟଣା ଘଟିଥିବା ବେଳେ 3797 ଜଣଙ୍କୁ ଗିରଫ କରାଯାଇଥିଲା । ବିଗତ ତିନି ବର୍ଷ ତୁଳନାରେ ଚଳିତ ବର୍ଷ 551ଟି ପଥର ଫିଙ୍ଗା ମାମଲା ଆସିଛି । କାଶ୍ମୀର ଉପତ୍ୟାକାକୁ ଶାନ୍ତି ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଜି କିଶାନ ରେଡ୍ଡୀ ପ୍ରକାଶ କରିଥିଲେ । ସେହିପରି ଧାରା 370 ଉଚ୍ଛେଦ ପରଠାରୁ ପାକିସ୍ତାନ ପକ୍ଷରୁ 950 ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ରେଡ୍ଡୀ ସୂଚନା ଦେଇଥିଲେ । ଅଗଷ୍ଟ 5 ପରଠାରୁ ପର୍ଯ୍ୟଟନରୁ 25.12 କୋଟିର ରାଜସ୍ବ ଆଦାୟ ହୋଇଥିବା ରେଡ୍ଡୀ ସୂଚନା ଦେଇଥିଲେ ।

Related posts