Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲକଡାଉନ ବେଳେ ସାରା ରାଜ୍ୟରେ ଆରମ୍ଭ ହେଲା ଗରମ, ଜିଲ୍ଲାପାଳମାନେ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ଗତକାଲିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଲୋକେ ଲକଡାଉନ ଅବସ୍ଥାରେ ଘରେ ଥିବା ବେଳେ ଏପରି ଗରମ ଅସହ୍ୟ ହୋଇଯାଉଛି। ସେଥିପାଇଁ ଜିଲ୍ଲାପାଳମାନେ ସଜାଗ ରହୁନ୍ତୁ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ସମୟରେ ବିଭିନ୍ନ ଅଞ୍ଚଳରେ କାମକରୁଥିବା ଅଧିକାରୀଙ୍କ ସହିତ ଭିଡିଓ କନଫ୍ରେନେସିଂ ମାଧ୍ୟମରେ କଥା ହୁଅନ୍ତୁ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ମାଲାକାନାଗିରିରେ ସର୍ବାଧିକ ତାପମାତ୍ର 40 ଡିଗ୍ରୀ ଥିବାବେଳେ ବଉଦ ଏବଂ ଟିଟିଲାଗଡରେ 39 ଡିଗ୍ରୀ ଥିଲା। ଗତକାଲି 21 ସହରରେ ତାପମାତ୍ର 35 ଡିଗ୍ରୀରୁ ଅଧିକ ଥିଲା। ଆଜି ମଧ୍ୟ ସମ ପରିମାଣରେ ଗରମ ଅନୁଭୂତ ହେବାରେ ଲାଗିଛି।