Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ପରେ ପଂଜାବର ମଧ୍ୟ ଗୁରୁତପୂର୍ଣ୍ଣ ନିଷ୍ପତି, ଆସନ୍ତା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ପୁରା ପଂଜାବ ଲକ୍ ଡାଉନ

ନୂଆଦିଲ୍ଲୀ, ଗତକାଲି ରାଜସ୍ଥାନ ସରକାର ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିବା ପରେ ଆଜି ପଂଜାବ ସରକାର ମଧ୍ୟ ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ କରାଯିବ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ କହିଛନ୍ତି। ରାଜସ୍ଥାନ ପରେ ପଂଜାବ ହେଉଛି ଦ୍ବିତୀୟ ରାଜ୍ୟ ଯେ କି ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି।

ତେବେ ଏହି ଲକ ଡାଉନରେ କେବଳ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ସେଗୁଡିକ ମଧ୍ୟରେ ରହିଛି ଔଷଧ ଦୋକାନ, ଖିର, ଖାଦ୍ୟ ସାମଗ୍ରୀ ପ୍ରଭୃତି ଦୋକାନ। ଏହି ଲକ ଡାଉନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପଂଜାବ କେତେର ଜିଲ୍ଲାରେ ଏହି ଲକ ଡାଉନ ନିୟମ ଲାଗୁ କରିବା ପାଇଁ ଘୋଷଣା କରିଥିଲା।