Categories
ଆଜିର ଖବର ଜାତୀୟ ଖବର

ଋଷିକେଶରୁ ଗିରଫ ହେଲେ ଉତ୍ତର ପ୍ରଦେଶ ବିଧାୟକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜନୈକ ବିଧାୟକଙ୍କୁ ଋଷିକେଶରୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ ବିଧାୟକ ଅମନମଣି ତ୍ରିପାଠୀ ଏବଂ ତାଙ୍କର 10 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ ବିଧାୟକ ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ବିଧାୟକ ଏବଂ ଅନ୍ୟମାନଙ୍କୁ ଜାମିନରେ ଛଡାଯାଇଛି । ଲକ୍‌ଡାଉନ୍‌ରେ ବଦ୍ରିନାଥ ଯାଉଥିବା ବେଳେ ବିଧାୟକଙ୍କୁ ଉତ୍ତରାଖଣ୍ଡର ଚାମୋଲିରୁ ଗିରଫ କରାଯାଇ ପୁନର୍ବାର ଉତ୍ତର ପ୍ରଦେଶ ପଠାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ କେଦାରନାଥ ଏବଂ ବଦ୍ରିନାଥ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମଦ ନମିଳିବାରୁ ପୋଲିସ୍‌ ଉପରକୁ ଛେପ କାଢି କ୍ବାରାଣ୍ଟାଇନ୍‌ ହୋମ୍‌ ଛାଡିଲେ ଯୁବକ

ପୁନେ : କ୍ବାରେଣ୍ଟାଇନ୍‌ ହୋମରୁ ପଳାୟନ କରିଛନ୍ତି ଜଣେ ଯୁବକ । ତେବେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କ୍ବାରାଣ୍ଟାଇନ୍‌ ହୋମ୍‌ରେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ନମିଳିବାରୁ ଯୁବକ ଯୁବକ ଜଣକ ସେଣ୍ଟର ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ପଳାଉଥିବା ବେଳେ ପୋଲିସ୍‌ ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସ୍‌ ଅଟକାଇବା ସମୟରେ ଯୁବକ ଜଣକ ପୋଲିସ୍‌କୁ ଆକ୍ରମଣ କରିବା ସହିତ ଛେପ ପକାଇଥିଲା । ଏହି ଘଟଣା ପରେ ପୋଲିସ୍‌ ଉକ୍ତ ଯୁବକକୁ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ତେବେ ପୋଲିସ୍‌କୁ ଆକ୍ରମଣ ନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ । କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ପାଇଁ ମାମଲା ରୁଜୁ କରାଯାଇଥିବା ନେଇ ଇନ୍ସପେକ୍ଟର ପ୍ରତିଭା ଯୋଶୀ ପ୍ରକାଶ କରିଛନ୍ତି । (ଏଜେନ୍ସି)