Categories
ଆଜିର ଖବର

ମାର୍ଚ୍ଚ ୮ରୁ ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓରେ ଜୋୟାଙ୍କ ‘ମେଡ୍‌ ଇନ୍‌ ହେଭେନ୍‌’

ଭାଲେଣ୍ଟାଇନ୍‌ ଡେ’ ଅବସରରେ ମୁକ୍ତିଲାଭ କରିଥିଲା ରଣବୀର ସିଂହ ଓ ଆଲିଆ ଭଟ୍ଟ ଷ୍ଟାରର୍‌ ଫିଲ୍ମ ‘ଗଲି ବୟ’ । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାକା କରିଛି। ଏହି ଫିଲ୍ମରେ ନିର୍ଦ୍ଦେଶିକା ଜୋୟା ଅଖତର୍‌ ମୁରାଦ୍‌ ଓ ସଫିନାଙ୍କ ପ୍ରେମ କାହାଣୀକୁ ଦେଖାଇଛନ୍ତି। ‘ଗଲି ବୟ’ ପରେ ଜୋୟା ଏକ ୱେବସିରିଜ୍‌ ନେଇ ଆସୁଛନ୍ତି । ଜୋୟା ଅଖତର ଓ ତାଙ୍କର ସହଯୋଗୀ ରୀମା କାଗ୍‌ତୀ  ‘ମେଡ ଇନ୍‌ ହେଭେନ୍‌’ର ଏକ ୱେବସିରିଜ୍‌ରେ ବ୍ୟସ୍ତ ରହିଛନ୍ତି ।  ଏହି ସିରିଜ୍‌ର ସୁଟିଂ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ କରାଯାଇଛି। ଏହାର ସିନେମାଟୋଗ୍ରାଫର୍‌ ହେଲେ ‘ଗଲି ବୟ’ ଫେମ୍‌ ପ୍ରିୟା ଓଜା। ‘ମେଡ ଇନ୍‌ ହେଭେନ୍‌’ର ପ୍ରିମିୟର୍‌ ମୁମ୍ବାଇରେ କରାଯାଇଛି ଓ କେତେକ ଖାସ୍‌ ଦର୍ଶକଙ୍କୁ ଏହାର ତିିନିଟି ଏପିସୋଡ୍‌ ଦେଖିବାର ସୁଯୋଗ ଦିଆଯାଇଛି। ୱେଡିଂ ପ୍ଲାନରଙ୍କ ଉପରେ ଆଧାରିତ ଏହି ସିରିଜର ପ୍ରତ୍ୟେକ ଏପିସୋଡ୍‌ରେ ନୂଆ ନୂଆ ବାହାଘର ଦେଖିବାକୁ ମିଳିବ। ଏହି ଶୋ’ରେ ଅର୍ଜୁନ୍‌ ମାଥୁର୍‌, ଶୋଭିତା ଧୂଲିପାଲା, ଜିମ୍‌ ସର୍ଭ ପ୍ରମୁଖ ଅଭିନୟ କରୁଛନ୍ତି । ଏହାକୁ ଆମାଜନ୍‌ ପ୍ରାଇମ୍‌ ଭିଡ଼ିଓରେ ଏହି ଶୋଟି ମାର୍ଚ୍ଚ ୮ରୁ ପ୍ରସାରିତ ହେବ ।