Categories
ଆଜିର ଖବର ଜାତୀୟ ଖବର

ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବାର ଅଧିକାର ନାହିଁ ନିଜ ଇଚ୍ଛାରେ ଅଲଗା ରହୁଥିବା ମହିଳା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ଫ୍ୟାମିଲି କୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ଯଦି କୌଣସି ମହିଳା ନିଜ ଇଚ୍ଛାରେ ଅଲଗା ରହୁଛନ୍ତି, ତେବେ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାର ତାଙ୍କର କୌଣସି ଅଧିକାର ନାହିଁ। ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଯେହେତୁ ମହିଳା ଜଣକ ନିଜେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ, ତେଣୁ ଭରଣପୋଷଣ ପାଇଁ ତାଙ୍କର କୌଣସି ଅଧିକାର ନାହିଁ।

ସ୍ୱାମୀ ଏହା କୋର୍ଟଙ୍କୁ ଜଣାଇଥିଲେ

ଅଦାଲତରେ ମହିଳାଙ୍କ ଆବେଦନର ଶୁଣାଣି ଚାଲିଥିବାବେଳେ ତାଙ୍କ ସ୍ୱାମୀ କହିଥିଲେ ଯେ ୨୦୨୦ ଡିସେମ୍ବର ୧୫ରୁ ଦୁହେଁ ଅଲଗା ହୋଇଯାଇଛନ୍ତି। ସ୍ୱାମୀ କହିଛନ୍ତି ଯେ ସେତେବେଳେ ପତ୍ନୀ ନିଜେ ଅଲଗା ହୋଇଯାଇଥିଲେ। ଏହାପରେ ସ୍ୱାମୀ ହିନ୍ଦୁ ବିବାହ ଆଇନର ଧାରା ୯ ଅନୁଯାୟୀ ଦିଆଯାଇଥିବା ବୈବାହିକ ଅଧିକାରକୁ ପୁନରୁଦ୍ଧାର କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପତ୍ନୀ

ଅନ୍ୟପକ୍ଷରେ ପତ୍ନୀ ମଧ୍ୟ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାସହ ଚୁକ୍ତି ଅନୁଯାୟୀ ତାଙ୍କ ସ୍ୱାମୀଙ୍କଠାରୁ ମିଳିଥିବା ୧୨ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ହୋଇଥିବା ନେଇ ମହିଳା ଜଣକ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ପରିବାର ଅଦାଲତର ମୁଖ୍ୟ ବିଚାରପତି ଜଷ୍ଟିସ କେଏନ୍ ସିଂହଙ୍କ ନିକଟରେ ଏହି ମାମଲା ଆସିବା ପରେ ସେ ମହିଳାଙ୍କ ବୟାନ ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା: ସୋସିଆଲ ମିଡିଆକୁ ଉତ୍ତର ମାଗିଲେ କୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟ ବାଗେଶ୍ୱର ଧାମର ପିଠାଧୀଶ୍ଵର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସମ୍ବନ୍ଧୀୟ ଏକ ଆବେଦନ ଶୁଣାଣି କରି ଇଣ୍ଟରନେଟ ମିଡିଆ ଫେସବୁକ, ୟୁଟ୍ୟୁବ ଏବଂ ଏକ୍ସ (ପୂର୍ବ ଟ୍ୱିଟର) କୁ ଅବମାନନା ନୋଟିସ ଜାରି କରିଛନ୍ତି ଏବଂ ଏହାର ଉତ୍ତର ମାଗିଛନ୍ତି। ଏହି ଆବେଦନରେ ଦର୍ଶାଯାଇଛି ଯେ, ଅଦାଲତର ସ୍ପଷ୍ଟ ଆଦେଶ ସତ୍ତ୍ୱେ ବାଗଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ପୂର୍ବତନ ବିଧାୟକ ଆରଡି ପ୍ରଜାପତି ଏବଂ ଅନ୍ୟମାନଙ୍କ ଦ୍ୱାରା ଆପତ୍ତିଜନକ ମନ୍ତବ୍ୟ ସୋସିଆଲ ମିଡିଆରୁ ହଟାଯାଇ ନାହିଁ।

ଆବେଦନକାରୀଙ୍କ ଓକିଲ ପଙ୍କଜ ଦୁବେ କହିଛନ୍ତି ଯେ, ଜଷ୍ଟିସ ରାଜମୋହନ ସିଂଙ୍କ ଏକକ ଖଣ୍ଡପୀଠ ବୁଧବାର ଦିନ ଏହି ମାମଲାର ଶୁଣାଣି କରି ଇଣ୍ଟରନେଟ ମିଡିଆ ଫେସବୁକ, ୟୁଟ୍ୟୁବ ଏବଂ ଏକ୍ସ (ପୂର୍ବ ଟ୍ୱିଟର) କୁ ଅବମାନନା ନୋଟିସ ଜାରି କରିଛନ୍ତି ଏବଂ ସେମାନଙ୍କ ଦାୟିତ୍ଵ ପ୍ରାପ୍ତ ଅଧିକାରୀଙ୍କଠାରୁ ଉତ୍ତର ମାଗିଛନ୍ତି।

ବିଭ୍ରାନ୍ତିକର ଭିଡିଓ ପ୍ରଚାର କରୁଥିବା ଅଭିଯୋଗ ହୋଇଛି:

ଆଚାର୍ଯ୍ୟ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଶିଷ୍ୟ ରଣଜିତ ସିଂ ପଟେଲଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଉପରେ ରିତିକା ଗୁପ୍ତା ଓକିଲ ପଙ୍କଜ ଦୁବେଙ୍କ ସହ କୋର୍ଟରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ। ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଭିଡିଓ ପ୍ରଚାର କରାଯାଉଥିବା ଆବେଦନରେ ଦର୍ଶାଯାଇଥିଲା।