ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା: ସୋସିଆଲ ମିଡିଆକୁ ଉତ୍ତର ମାଗିଲେ କୋର୍ଟ

Published: Jan 18, 2024, 2:36 pm IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟ ବାଗେଶ୍ୱର ଧାମର ପିଠାଧୀଶ୍ଵର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସମ୍ବନ୍ଧୀୟ ଏକ ଆବେଦନ ଶୁଣାଣି କରି ଇଣ୍ଟରନେଟ ମିଡିଆ ଫେସବୁକ, ୟୁଟ୍ୟୁବ ଏବଂ ଏକ୍ସ (ପୂର୍ବ ଟ୍ୱିଟର) କୁ ଅବମାନନା ନୋଟିସ ଜାରି କରିଛନ୍ତି ଏବଂ ଏହାର ଉତ୍ତର ମାଗିଛନ୍ତି। ଏହି ଆବେଦନରେ ଦର୍ଶାଯାଇଛି ଯେ, ଅଦାଲତର ସ୍ପଷ୍ଟ ଆଦେଶ ସତ୍ତ୍ୱେ ବାଗଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ପୂର୍ବତନ ବିଧାୟକ ଆରଡି ପ୍ରଜାପତି ଏବଂ ଅନ୍ୟମାନଙ୍କ ଦ୍ୱାରା ଆପତ୍ତିଜନକ ମନ୍ତବ୍ୟ ସୋସିଆଲ ମିଡିଆରୁ ହଟାଯାଇ ନାହିଁ।

ଆବେଦନକାରୀଙ୍କ ଓକିଲ ପଙ୍କଜ ଦୁବେ କହିଛନ୍ତି ଯେ, ଜଷ୍ଟିସ ରାଜମୋହନ ସିଂଙ୍କ ଏକକ ଖଣ୍ଡପୀଠ ବୁଧବାର ଦିନ ଏହି ମାମଲାର ଶୁଣାଣି କରି ଇଣ୍ଟରନେଟ ମିଡିଆ ଫେସବୁକ, ୟୁଟ୍ୟୁବ ଏବଂ ଏକ୍ସ (ପୂର୍ବ ଟ୍ୱିଟର) କୁ ଅବମାନନା ନୋଟିସ ଜାରି କରିଛନ୍ତି ଏବଂ ସେମାନଙ୍କ ଦାୟିତ୍ଵ ପ୍ରାପ୍ତ ଅଧିକାରୀଙ୍କଠାରୁ ଉତ୍ତର ମାଗିଛନ୍ତି।

ବିଭ୍ରାନ୍ତିକର ଭିଡିଓ ପ୍ରଚାର କରୁଥିବା ଅଭିଯୋଗ ହୋଇଛି:

ଆଚାର୍ଯ୍ୟ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଶିଷ୍ୟ ରଣଜିତ ସିଂ ପଟେଲଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଉପରେ ରିତିକା ଗୁପ୍ତା ଓକିଲ ପଙ୍କଜ ଦୁବେଙ୍କ ସହ କୋର୍ଟରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ। ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଭିଡିଓ ପ୍ରଚାର କରାଯାଉଥିବା ଆବେଦନରେ ଦର୍ଶାଯାଇଥିଲା।

Related posts