Categories
ଆଜିର ଖବର ମନୋରଂଜନ ସିନେମା

ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ୍‌ ଘୋଷଣା କଲେ ମହେଶ ବାବୁ

ହାଇଦ୍ରାବାଦ : ନିଜର ଅପ୍‌କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ ବାବୁ । ନିଜ ପିତା କ୍ରିଷ୍ଣାଙ୍କ 77 ତମ ଜନ୍ମଦିବସରେ ମହେଶ ବାବୁ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ଫିଲ୍ମର ପୋଷ୍ଟର ରିଲିଜ୍‌ କରିଛନ୍ତି । ମହେଶ ବାବୁଙ୍କ ଏହି ନୂତନ ଫିଲ୍ମର ନାମ ସରକାରୁ ଭାରି ପାଟା ରହିଛି । ପର୍ଶୁରାମ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଗୀତାଗୋବିନ୍ଦମ୍‌ ପରେ ପର୍ଶୁରାମଙ୍କର ଏହା ଦ୍ବିତୀୟ ଫିଲ୍ମ ।

ଫିଲ୍ମର ପୋଷ୍ଟରରେ ମହେଶ ବାବୁଙ୍କ ମୁହଁର ଗୋଟିଏ ସାଇଡ୍‌ ଦେଖିବାକୁ ମିଳିଛି । ମହେଶଙ୍କ ଶେଷ 3ଫିଲ୍ମ 150 କୋଟି ଟଙ୍କା ଆୟ କରିଥିବାରୁ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ସଫଳ ହେବ ବୋଲି ସିନେ ସମୀକ୍ଷକ ମାନେ ଆଶା କରିଛନ୍ତି । ତେବେ ମହେଶଙ୍କ ଶେଷ ଫିଲ୍ମ ସରେଲିରୁ ନିକେଏଭରୁ 206 କୋଟି ଟଙ୍କା ଆୟ କରିଥିଲେ ମଧ୍ୟ ସମୀକ୍ଷକ ମାନେ ଏହାକୁ ନାପସନ୍ଦ କରିଥିଲେ ।

Categories
ଆଜିର ଖବର ମନୋରଂଜନ ସିନେମା

ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବ୍ଲକ୍‌ବଷ୍ଟର ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ନିର୍ଦ୍ଦେଶକ ପର୍ଶୁରାମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ଏବଂ ଶ୍ରଦ୍ଧା ନଜର ଆସିବାକୁ ଯାଉଛନ୍ତି । ସେହିପରି ଦୁଇ ନାୟିକା ବିଶିଷ୍ଟ ଏହି ଫିଲ୍ମରେ ଜାତୀୟ ପୁରସ୍କାରପ୍ରାପ୍ତ କୀର୍ତ୍ତି ସୁରେଶ ଦ୍ବିତୀୟ ନାୟିକା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ମହେଶଙ୍କ ଶେଷ ଫିଲ୍ମ ସରେଲୀରୁ ନିକେଏଭରୁ ବ୍ଲକ୍‌ବଷ୍ଟର ହୋଇଥିଲା । ଅପର ପକ୍ଷରେ ଶ୍ରଦ୍ଧାଙ୍କ ଡେବ୍ୟୁ ତେଲୁଗୁ ଫିଲ୍ମ ସାହୋ ବକ୍ସ ଅଫିସ୍‌ରେ ପିଟି ହୋଇ ଯାଇଥିଲା । ଏହି ଫିଲ୍ମକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ପର୍ଶୁରାମ ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କରୋନା ମୁକାବିଲା ପାଇଁ 1 କୋଟି ଲେଖାଏଁ ପ୍ରଦାନ କଲେ ପ୍ରଭାସ ଓ ମହେଶ ବାବୁ

ହାଇଦ୍ରାବାଦ : ଦେଶରେ କରୋନା ମୁକାବିଲା ପାଇଁ ବିଭିନ୍ନ କଳାକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ 1 କୋଟି ଟଙ୍କା ଦାନ କରିଛନ୍ତି ପ୍ରଭାସ୍‌ ଏବଂ ମହେଶ ବାବୁ । ଏହି ଦୁଇ କଳାକାରଙ୍କ ବ୍ୟତିତ ରଜନୀକାନ୍ତ , ପଓ୍ବନ୍‌ କଲ୍ୟାଣ, ଚିରଞ୍ଜିବୀ, ରାମଚରଣ ଏବଂ ନିତିନ୍‌ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ମହେଶ ବାବୁ ଏବଂ ପ୍ରଭାସ ସୋସିଆଲ ମିଡିଆ ଜରିଆରେ ପ୍ରଦତ୍ତ ଅର୍ଥରାଶି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଜାନୁୟାରୀ 10ରେ ରିଲିଜ୍‌ ହେବ ମହେଶଙ୍କ ସରେଲୀରୁ ନିକେଏଭରୁ

ହାଇଦ୍ରାବାଦ,21/12 : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଅପକମିଙ୍ଗ ଫିଲ୍ମ ସରେଲୀରୁ ନିକେଏଭରୁ ଆସନ୍ତା ଜାନୁୟାରୀ 10 ତାରିଖରେ ରିଲିଜ୍‌ ହୋଇଛି । ଫିଲ୍ମରେ ଜଣେ ସେନାଧିକାରୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ମହେଶ ବାବୁ । ଫିଲ୍ମରେ ମହେଶ ବାବୁଙ୍କ ସହିତ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ରହିଛନ୍ତି । ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ କାଶ୍ମୀର ଏବଂ ଇଟାଲୀରେ ହୋଇଛି । 2020 ସଙ୍କ୍ରାନ୍ତିରେ ରିଲିଜ୍‌ ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କ ଆଲା ବୈକୁଣ୍ଠପୁରମଲୋ ପାଇଁ ଏହି ଫିଲ୍ମର ରିଲିଜ୍‌ ତାରିଖ ଘୋଷିତ ହୋଇନଥିଲା । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 17ରେ ରିଲିଜ୍‌ ହେବା ନେଇ ଘୋଷଣା କରାଯିବା ପରେ ମହେଶଙ୍କ ପକ୍ଷରୁ ଶନିବାର ଦିନ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ରଶ୍ମିକାଙ୍କ ବ୍ୟତିତ ନିଭେତା ପୃଥ୍ବୀରାଜ ଏବଂ ବିଜୟ ଶାନ୍ତି ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । (ଏଜେନ୍ସୀ)

Categories
ଆଜିର ଖବର

ସରେଲିରୁ ନିକେ ଏଭରୁ ଟିଜର ରିଲିଜ୍‌ : 1 ଦିନରେ ଦେଖିଲଣି 15 ମିଲିୟନ୍‌ ଦର୍ଶକ

ମହେଶ ବାବୁଙ୍କ ଅପ୍‌କମିଙ୍ଗ ଫିଲ୍ମ ସରେଲିରୁ ନିକେ ଏଭରୁର ଟିଜର ରିଲିଜ୍‌ ହୋଇଛି । ରିଲିଜ୍‌ର ମାତ୍ର 24 ଘଣ୍ଟା ମଧ୍ୟରେ ଟିଜରକୁ 15 ମିଲିୟନ୍‌ରୁ ଅଧିକ ଦର୍ଶକ ଦେଖିଲେଣି । ଫିଲ୍ମରେ ମହେଶ ବାବୁଙ୍କ ବ୍ୟତିତ ରଶ୍ମିକା ମନ୍ଦାନା, ବିଜୟ ଶାନ୍ତି, ପ୍ରକାଶ ରାଜ, ଆଦି ପିନିସେଟ୍ଟୀ ଏବଂ ଅନସୂୟା ଭରଦ୍ବାଜ ନଜର ଆସିବାକୁ ଯାଉଛନ୍ତି । ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ବାବୁ ଜଣେ ସେନା ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଏକ ମିନିଟ୍‌ର ଟିଜରରେ ସେନା ପକ୍ଷରୁ କାଶ୍ମୀରରେ କିଛି ଅପରସେନ୍‌ କରିବା ସହିତ ନିଜ ଗ୍ରାମରେ କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ଜାନୁୟାରୀ 11 ତାରିଖରେ ରିଲିଜ୍‌ ହେବାକୁ ଯାଉଛି ।