Categories
ଆଜିର ଖବର

ରାହୁଲ୍‌ ଓ ମମତାଙ୍କ ବିରୋଧରେ ଇସିଙ୍କ ଦ୍ବାରସ୍ଥ ହେଲା ବିଜେପି

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ  ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଯାଇଛନ୍ତି। ଏହି ସମୟରେ ବିଜେପି ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହୋଇ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ରାଜ୍ୟକୁ ଅତିସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଛନ୍ତି। ଏହା ସହିତ ଅହମ୍ମଦାବାଦ ଗସ୍ତ ସମୟରେ ପିଏମ ମୋଦୀଙ୍କ ବିଷୟରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀକୁ ନେଇ ଅଭିଯୋଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସହିତ ବିଜେପିର ଅନେକ ବଡ଼ ନେତା ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଯାଇ ଆୟୋଗଙ୍କଠାରେ ଅଭିଯୋଗ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ଥିବା ହିଂସା କାରଣରୁ ବହୁତ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପୂରା ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଛି। ସମସ୍ତ ବୁଥରେ କେନ୍ଦ୍ରୀୟ ପୋଲିସ ବଳଙ୍କୁ ମୁତୟନ କରିବାକୁ ଦାବି କରିଛି। ସେହିପରି ରାହୁଲ ଗାନ୍ଧୀ ମଙ୍ଗଳବାର ଅହମ୍ମଦାବାଦ ରାଲିରେ ମୋଦିଙ୍କୁ ସମାଲୋଚନା କରି ରାଫେଲରେ ହେରଫେର୍‌ କରି ଦେଶର ଅର୍ଥକୁ ଅନିଲ ଅମ୍ବାନୀଙ୍କୁ ଦେଇଥିବାର କହିଥିଲେ। ଏହି ବୟାନକୁ ନେଇ ବିଜେପି ରାହୁଲ୍‌ଙ୍କ ବିରୋଧରେ ଇସିଙ୍କଠାରେ ଅଭିଯୋଗ କରିଛି।