Categories
ଆଜିର ଖବର

୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଲେ ଦିଦି, 41 ପ୍ରତିଶତ ମହିଳାଙ୍କୁ ଦେଲେ ପ୍ରାଧାନ୍ୟ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ଲୋକସଭାର ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ତୃଣମଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ଲିଷ୍ଟ୍‌ରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ସୂଚୀରେ ସୌଗତ ରାୟ, ଅଭିନେତ୍ରୀ ଶତାବ୍ଦୀ ରାୟ, ମୁନମୁନ୍‌ ସେନ୍‌ ପ୍ରମୁଖଙ୍କ ନାମ ରହିଛି। ଜାରି କରିଥିବା ସୂଚୀରେ ଯେଉଁ ନାମଗୁଡ଼ିକୁ ଅଗ୍ରାଧିକାର ଦିଆଯାଇନାହିଁ, ସେମାନଙ୍କୁ ସେ ପାର୍ଟି କାମରେ ଲଗାଇବେ ବୋଲି ମମତା କହିଛନ୍ତି। ଏହି ଅବସରରେ  ରାଫେଲ୍‌, କୃଷି ସଂକଟ ଓ ରୋଜଗାର ସହ ବିଭିନ୍ନ ମୁଦ୍ଦାକୁ ନେଇ ମମତା ମୋଦି ସରକାର ଓ ବିଜେପି ଉପରେ ବରଷିବା ସହିତ ବିଜେପି ଭିଭିଆଇପି ମତଦାନ ପାଇଁ ଲାଞ୍ଚ ସ୍ବରୂପ ଧନକୁ ହେଲିକ୍ୟାପ୍ଟର ଓ ଚାଟାର୍ଡ ବିମାନ ଦ୍ବାରା ପହଞ୍ଚାଯାଉଛି ବୋଲି କହିଛନ୍ତି। ଚଳିତ ନିର୍ବାଚନରେ ଟିଏମ୍‌ସି ଓଡ଼ିଶା, କଂଗ୍ରେସ, ଝାରଖଣ୍ଡ, ବିହାର ଓ ଆଣ୍ଡାମାନ୍‌ର କେତେକ ଆସନର ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଛି। ୨୦୧୪ରେ ଟିଏମ୍‌ସି ୩୪ ସିଟ୍‌ରେ ଜିତିଥିଲା ।