Categories
ଆଜିର ଖବର ଜାତୀୟ ଖବର

ଡାକ୍ତର ଦେଖାଇବାକୁ ଆସି ଧାଡି‌ରେ ଠିଆ ହୋଇଥିବାବେଳେ ଟଳି ପଡିଲେ ବୃଦ୍ଧ

ବିହାର : ବିହାରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ସେଠାକାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି । ଡାକ୍ତରଖାନାକୁ ଚିକିତ୍ସା କରିବାକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତି ଲାଇନ୍‌ରେ ଠିଆ ହୋଇ ଚିଠା ନେବାବେଳେ ହଠାତ୍‌ ଟଳି ପଡିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା କରିବାକୁ ଆସି ହସ୍ପିଟାଲରେ ମୃତ୍ୟୁବରଣ କରିବା ଘଟଣା ବିହାରର ସ୍ବାସ୍ଥ୍ୟବସ୍ଥା ପ୍ରତି ଅଙ୍ଗୁଳି  ନିର୍ଦ୍ଦେଶ କରୁଛି ।

ମିଳିଥିବା ସୂଚନା ଅନୁସାରେ ବିହାରରେ ଜଣେ ବୃଦ୍ଧ ବ୍ୟକ୍ତି ନିଜର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ସେଠାରେ ସେ  ଧାଡିରେ ଠିଆ ହୋଇ ନାମ ପଞ୍ଜୀକରଣ ତଥା ଚିଠା  କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ମୁଜାଫରନଗର ଜିଲ୍ଲାର ସଦର ହସ୍ପିଟାଲରେ ଘଟିଛି । ମୃତକ ଜଣକ ମୋତିଝିଲ ନିବାସୀ ପ୍ରେମ ବାହାଦୂର ରୂପରେ ଜଣାପଡିଛନ୍ତି ।  ଭୀଷଣ ଗରମ ଓ ଅସହ୍ୟ ଗୁଳିଗୁଳି କାରଣରୁ ଧାଡିରେ ଠିଆ ହୋଇଥିବା ବୃଦ୍ଧ ବ୍ୟକ୍ତି ହଠାତ୍‌ ତଳେ ପଡିଯାଇଥିବାର ସୂଚନା ରହିଛି । ପଡିଯିବା ପରେ ବୃଦ୍ଧ ବ୍ୟକ୍ତିଙ୍କର ଚେକ୍‌ଅପ୍‌ କରାଯାଇଥିଲା । ବୃଦ୍ଧ ବ୍ୟକ୍ତି ତଳେ ପଡିଯିବା କାରଣରୁ ତାଙ୍କର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିଲା । ସେ ବହୁତ ଅସୁସ୍ଥ ଓ ଦୁର୍ବଳ ଥିଲେ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତେବେ ଡାକ୍ତର ପୋଷ୍ଟମର୍ଟମ୍‌ ପାଇଁ ଆଦେଶ ଦେଇଥିବାବେଳେ ବୃଦ୍ଧ ବ୍ୟକ୍ତିଙ୍କ କୌଣସି ପରିଜନ ହସ୍ପିଟାଲରେ ଉପସ୍ଥିତ ନଥିବାର ଜଣାପଡିଛି । (ଏଜେନ୍ସି)