Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କଲା ଏହି ରାଜ୍ୟ

ମଣିପୁର : ମଣିପୁର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି । ପୂର୍ବରୁ ରାଜ୍ୟରେ ଅଗଷ୍ଟ 15 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ରହିଥିଲା । ତେବେ ଆଜି ଏହି ଅବଧିକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ, ମଣିପୁରରେ ଏବେ 1825 କରୋନା ମାମଲା ରହିଛି । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବାଙ୍କ ସଂଖ୍ୟା 2 ହଜାର 360 ରହିଛି ।ତେବେ ଏହି କରୋନା ଯୋଗୁଁ 13ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗୋଆ ପରେ ଆଉ ଏକ ରାଜ୍ୟ କରୋନାରୁ ହେଲା ମୁକ୍ତ

ମଣିପୁର : ମହାମାରୀ କରୋନା ଭାରତକୁ କବଳିତ କରିଥିବାବେଳେ ଭାରତର ଅନେକ ରାଜ୍ୟରେ ଏହାର ପ୍ରଭାବ ବ୍ୟାପକ ଭାବରେ ବଢି ଚାଲିଛି । କିନ୍ତୁ କରୋନାକୁ ମଧ୍ୟ ମାତ୍‌ ଦେବାରେ ରାଜ୍ୟଗୁଡିକ ସଫଳ ହେଉଛନ୍ତି। ଗୋଆ କରୋନା ମୁକ୍ତ ହେବା ପରେ ଆଜି ଆଉ ରାଜ୍ୟ କରୋନା କବଳରୁ ମୁକ୍ତ ହୋଇଥିବାର ଜଣାପଡିଛି ।  ସୋମବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ ରାଜ୍ୟରେ କରୋନା ଜନିତ ଗୋଟିଏ ବି ମାମଲା ନଥିବାର କହିଛନ୍ତି ।  ମଣିପୁରରୁ ଦୁଇଟି କରୋନା ଆକ୍ରାନ୍ତ ରହିଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଉ ନୂତନ କରୋନା ମାମଲା ଆସିନଥିବାରୁ ଏବେ ମଣିପୁର କରୋନାମୁକ୍ତ ହୋଇଛି।

ରାଜ୍ୟରେ ଲକ୍ ଡାଉନ୍‌ ନିୟମକୁ କଡାକଡି ରୂପେ ପାଳନ କରିଥିବାରୁ ମଣିପୁର କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇପାରିଛି ବୋଲି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂହ କହିଛନ୍ତି । ଏବେବି ରାଜ୍ୟରୁ ପୂରାପରି ଲକ୍‌ ଡାଉନକୁ ହଟାଯିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ହଜାର ପାର୍‌ କରିଥିବାବେଳେ ମୃତ୍ୟୁସଂଖ୍ୟା 543କୁ ବୃଦ୍ଧି ହୋଇଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 4000 ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 223କୁ ବୃଦ୍ଧି ହୋଇଛି । (ଏଜେନ୍ସି)