Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଏବଂ ବିଧାୟିକାଙ୍କୁ କରୋନା

ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ସିସୋଦିଆଙ୍କ ସ୍ବାବ୍‌ ନମୂନା ପଜିଟିଭ୍‌ ଆସିଥିବା ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପଟପଡଗଞ୍ଜରୁ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବ୍ୟତିତ କାଲକାଜିର ବିଧାୟିକା ତଥା ମୁଖପାତ୍ର ଆତିଶି ମାର୍ଲେନା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଆତିଶି ନିଜକୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । ଉଭୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆର୍ଥିକ ସଙ୍କଟରେ ଦିଲ୍ଲୀ ସରକାର : କେନ୍ଦ୍ରକୁ ମାଗିଲେ 5 ହଜାର କୋଟି

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସରକାର ଜିଏସ୍‌ଟି ଏବଂ ଅନ୍ୟାନ୍ୟ ପନ୍ଥାରୁ 1375 କୋଟି ଟଙ୍କାର ଅର୍ଥ ସଂଗ୍ରହ କରିଛି । ତେବେ କର୍ମଚାରୀଙ୍କ ବେତନ ପାଇଁ ମାସିକ 3500 କୋଟି ଆବଶ୍ୟକ । ତେଣୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ନିକଟରୁ 5 ହଜାର କୋଟିର ଆର୍ଥିକ ସହାୟତା ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା କାରଣରୁ ଦିଲ୍ଲୀ ସରକାରଙ୍କ ଟିକସ ସଂଗ୍ରହ 85 ପ୍ରତିଶତ କମ୍‌ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ: ସହାୟତା ରାଶି ବୃଦ୍ଧି କରିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟି 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 200ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଘର ଏବଂ ସ୍କୁଲରେ ନିଆଁ ଲଗାଯାଇଥିବା ବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ରାଶିରେ ବୃଦ୍ଧି ଘୋଷଣା କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ସମୁଦାୟ 17 ଶହଟି କ୍ଷୟକ୍ଷତିର ଆବେଦନ ଦାଖଲ କରାଯାଇଛି। ପୂର୍ବରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘରପୋଡି ପାଇଁ 25 ହଜାର ସହାୟତା ରାଶି ଘୋଷଣା କରିଥିବା ବେଳେ ଶୁକ୍ରବାର ସହାୟତା ରାଶିରେ ବୃଦ୍ଧି ଘଟାଇଛନ୍ତି। ଘରପୋଡି ପାଇଁ ସମୁଦାୟ 5ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ପୂର୍ବରୁ ସହାୟତା ରାଶି 4 ଲକ୍ଷ ରହିଥିବା ବେଳେ ତନ୍ମଧ୍ୟରୁ ଘର ମାଲିକଙ୍କୁ 3 ଲକ୍ଷ ଏବଂ ଭଡାଟିଆଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସାମାନ୍ୟ ଭାବରେ ପୋଡି ଯାଇଥିବା ଘର ପାଇଁ 2.5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି 1000ରୁ କମ୍‌ ଛାତ୍ର ରହିଥିବା ସ୍କୁଲ୍‌କୁ 5 ଲକ୍ଷ ଏବଂ 1000ରୁ ଅଧିକ ଛାତ୍ର ରହିଥିବା ସ୍କୁଲପାଇଁ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲାଞ୍ଚ ନେବା ଅଭିଯୋଗରେ ମନୀଷ ସିସୋଦିଆଙ୍କ ଓଏସ୍‌ଡିଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ଦିଲ୍ଲୀରେ ମତଦାନ ପୂର୍ବରୁ ମନୀଷ୍‌ ସିସୋଦିଆଙ୍କ ଓଏସ୍‌ଡିଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରାଯାଇଛି  ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଗୋପାଲକୃଷ୍ଣ ମାଧବଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଜଣକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଓଏସ୍‌ଡି ବୋଲି ଜଣାପଡିଛନ୍ତି । ସିବିଆଇ ଗୋପାଳଙ୍କୁ ଏକ ଟ୍ୟାକ୍ସ ମାମଲାର ସମାଧାନ ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ  ଗିରଫ କରିଛନ୍ତି । ଗୁରୁବାର ରାତ୍ରିରେ ହୋଇଥିବା ଏକ ଅପରେସନ୍‌ ଜରିଆରେ ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଘଟଣାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମିଲ୍‌ ଅଛନ୍ତି କି ନାହିଁ, ତାହା ଜଣାପଡିନାହିଁ । ତେବେ ଏହା ସମ୍ପର୍କରେ ଯାଞ୍ଚ ଜାରି ରହିଛି । ମାଧବ 2015ରେ ସିସୋଦିଆଙ୍କ ଅଫିସ୍‌ରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଏହି ସମୟରେ ଏପରି ଏକ ଖବର ଦିଲ୍ଲୀ ରାଜନୀତିରେ ଟିକେ ହଲଚଲ୍‌ ସୃଷ୍ଟି ହୋଇଛି ।

Categories
ଆଜିର ଖବର

ମାନହାନି ମାମଲାରେ ମନୋଜ ତିଓ୍ବାରୀ ଏବଂ ଅନ୍ୟ ନେତାଙ୍କୁ ସମନ

ନୂଆଦିଲ୍ଲ,28/11 : ସାଂସଦ ତଥା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ସମନ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମୋକଦ୍ଦମା ମାମଲାରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ ଏବଂ ଅନ୍ୟ 5 ଜଣଙ୍କୁ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ସିସୋଦିଆଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ସହକାରୀ ମେଟ୍ରପଲିଟାନ୍‌ ମାଜିଷ୍ଟ୍ରେଟ୍‌ ବିଶାଲ ପାହୁଜା କରିଥିଲେ । ତିଓ୍ବାରୀଙ୍କ ସମେତ ସାଂସଦ ହଂସ ରାଜ ହଂସ, ପ୍ରବେଶ ବର୍ମା, ହରିଶ ଖୁରାନା ଏବଂ ଦୁଇ ବିଧାୟକ ଶୀର୍ଷା ସିଂ ଏବଂ ବିଜେନ୍ଦର ଗୁପ୍ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି । ଡିସେମ୍ବର 18ରେ କୋର୍ଟରେ ହାଜର ହେବାପାଇଁ କୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି ।