ଆର୍ଥିକ ସଙ୍କଟରେ ଦିଲ୍ଲୀ ସରକାର : କେନ୍ଦ୍ରକୁ ମାଗିଲେ 5 ହଜାର କୋଟି

Published: May 31, 2020, 3:23 pm IST

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସରକାର ଜିଏସ୍‌ଟି ଏବଂ ଅନ୍ୟାନ୍ୟ ପନ୍ଥାରୁ 1375 କୋଟି ଟଙ୍କାର ଅର୍ଥ ସଂଗ୍ରହ କରିଛି । ତେବେ କର୍ମଚାରୀଙ୍କ ବେତନ ପାଇଁ ମାସିକ 3500 କୋଟି ଆବଶ୍ୟକ । ତେଣୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ନିକଟରୁ 5 ହଜାର କୋଟିର ଆର୍ଥିକ ସହାୟତା ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା କାରଣରୁ ଦିଲ୍ଲୀ ସରକାରଙ୍କ ଟିକସ ସଂଗ୍ରହ 85 ପ୍ରତିଶତ କମ୍‌ ରହିଛି । (ଏଜେନ୍ସି)

Related posts