Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ ପ୍ରଥମ ତାଲିକାରେ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ଦିଲ୍ଲୀର ସାତୋଟି ଲୋକସଭା ଆସନ ମଧ୍ୟରୁ ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମନୋଜ ତିୱାରୀଙ୍କୁ ଉତ୍ତର ଦିଲ୍ଲୀରୁ ଟିକେଟ ଦିଆଯାଇଛି। ଦିଲ୍ଲୀରେ ଚାନ୍ଦନୀ ଚୌକ, ପୂର୍ବ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ଉତ୍ତର ଦିଲ୍ଲୀ- ମନୋଜ ତିୱାରୀ
ଚାନ୍ଦନୀ ଚୌକ- ପ୍ରବୀଣ ଖଣ୍ଡେଲୱାଲ
ନୂଆଦିଲ୍ଲୀ- ବାଂସୁରୀ ସ୍ୱରାଜ
ପଶ୍ଚିମ ଦିଲ୍ଲୀ- କମଲଜିତ୍ ଶେହରୱାତ
ଦକ୍ଷିଣ ଦିଲ୍ଲୀ- ରାମବୀର ସିଂ ବିଧୁଡି