Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଚୋର ଭାବି ଝିଅକୁ ଗୁଳି କଲେ ପିତା

ଆମେରିକା : ଆମେରିକାରେ ଗନ୍‌ ପଲିସିକୁ ନେଇ ବହୁ ବିବାଦ ଚାଲିଛି । ଏହି ଗନ୍‌ ପଲିସି ଅକାରଣରେ ବହୁ ନିରୀହ ଜୀବନ ବଳି ପଡୁଛି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସାବତ ବାପା ନିଜ 15 ବର୍ଷୀୟ ଝିଅକୁ ଗୁଳିକରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ରାତ୍ରି ସାଢେ ଦୁଇ ଘଟିକା ସମୟରେ ଏହି ଘଟଣା ଘଟିଛି । ଘରେ ଉପସ୍ଥିତ ଥିବା ଅଭିଭାବକମାନେ ଗ୍ୟାରେଜ୍‌ର କବାଟ ଖୋଲିବାର ଶବ୍ଦ ଶୁଣିଥିଲେ । ଏହାପରେ ଯୁବତୀଙ୍କ ପିତା ଅନ୍ଧାରରେ ଜାଣି ନପାରି କେହି ଚୋର ଭାବି ଝିଅ ଉପରକୁ ଗୁଳି ଚଳାଇଥିଲେ । ଯୁବତୀଙ୍କୁ ଚିଲଡ୍ରେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, 2012 ମସିହାରେ ନ୍ୟୁ ଟାଉନ୍‌ର ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ 20 ଜଣ ଶିଶୁଙ୍କୁ ଗୁଳି ମାରି ହତ୍ୟା କରିଥିଲା। ଏହାପରେ ନିଜେ ନିଜକୁ ଗୁଳି କରିଦେଇଥିଲେ । ଏହା ପରେ ଆମେରିକାରେ ଗନ୍‌ କଲଚର୍‌କୁ ନେଇ ବହୁ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାରେ 8 ବର୍ଷ ବର୍ଷରେ ଆମେରିକାରେ 2000ରୁ ଅଧିକ ମାସ ଶୁଟିଂ ହୋଇଛି । ଅନେକେ ଏହି ଗନ୍‌ କଲଚର୍‌କୁ ବିରୋଧ କରୁଛନ୍ତି । (ଏଜେନ୍ସି)