Categories
ଆଜିର ଖବର

ଓଡିଶାର ସମାଜସେବି ମାନସୀ ପ୍ରଧାନ ପାଇଲେ “ଗାର୍ଡିୟାନସ ଅଫ ହ୍ୟୁମାନିଟ୍” ସମ୍ମାନ

ସମୀକ୍ଷା ବ୍ୟୁରୋ

ମାଉଣ୍ଟ ଆବୁରେ ଆୟୋଜିତ ଏକ ଉତ୍ସବରେ ଓଡିଶାର ବିଶିଷ୍ଠ ସମାଜ ସେବି ମାନସୀ ପ୍ରଧାନଙ୍କୁ ମିଳିଛି ଗାର୍ଡିୟାନସ ଅଫ ହ୍ୟୁମାନିଟ ସମ୍ମାନ। ବ୍ରହ୍ମା କୁମାର ଗ୍ଲୋବାଲ ସମିଟରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଆଇନି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ସମିଟରେ 140ଟି ଦେଶରୁ 25 ହଜାର ଡେଲିଗେଟ୍ସ ଯୋଗ ଦେଇଥିଲେ। ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମାନସୀ ନୂଆଦିଲ୍ଲୀରେ ନିର୍ଭୟା ସେନା ନାମିତ ଏକ ଅନୁଷ୍ଠାନ ଗଠନ କରି ଅସହାୟ ମହିଳାମାନଙ୍କ ପାଇଁ କାମ କରୁଛନ୍ତି। ମାନସୀ ପୂର୍ବରୁ ଅକ୍ସଫୋର୍ଡ ୟୁନିଭର୍ସିଟି ତରଫରୁ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସୁଯୋଗ ମିଳିଥିଲା। ଏଥିସହିତ ରାଣୀ ଲକ୍ଷ୍ମୀବାଇ ସମ୍ମାନ ସହିତ ବହୁ ସମ୍ମାନର ଅଧିକାରୀ ସେ ହୋଇଛନ୍ତି। ମାନସୀ ପୂର୍ବରୁ ଜାତୀୟ ମହିଳା କମିଶନରେ ଜଣେ ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ସେ କମିଶନ ତରଫରୁ ଓଡିଶାର ବିଭିନ୍ନ ମହିଳା ନିର୍ଯ୍ୟାତନାର ତଦନ୍ତ କରିବାକୁ ଓଡିଶା ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଜନ୍ମିତ ମାନସୀ କଂଗ୍ରେସର ଜଣେ ସକ୍ରିୟ କର୍ମି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ 2014ରେ କଂଗ୍ରେସ ଦଳ ତରଫରୁ ବିଧାନସଭା ପାଇଁ ଲଢେଇ ମଧ୍ୟ କରିଥିଲେ। ବର୍ତ୍ତମାନ ସେ ରାଜନୀତିରେ ଅଧିକ ମନ ନିବେଶ ନ କରି ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। 140ଟି ଦେଶର ଡେଲିଗେଟ୍ସ ଆଗରେ ଏ ଭଳି ସମ୍ମାନ ମିଳିବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର କଥା।