Categories
ଆଞ୍ଚଳିକ

ବାଲିଗୁଡାରେ 11 କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡା-28Nov: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଗତକାଲି ବାଟାଗୁଡ଼ା ପଞ୍ଚାୟତର ପୁସାଙ୍ଗିଅର ଓ ପାଲୁଙ୍କିଆ ଆଦି ଅଞ୍ଚଳର 118 ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିଲା । ବାଲିଗୁଡ଼ା ଏସଡିପିଓ ରଞ୍ଜନ କୁମାର ବାରିକ ନିଜେ ଗଞ୍ଜେଇ ଗଛ ସବୁ କାଟୁଥିବା ଦେଖିବାକୁ ମିଳିଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 11 କୋଟି ଟଙ୍କା ହେବା ବୋଲି ଜଣାପଡ଼ିଛି । ବାଲିଗୁଡା ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଗଞ୍ଜେଇ ଗଛ ସବୁ ନଷ୍ଟ କରିଥିଲେ ।

Categories
ଆଜିର ଖବର

ମାଲକାନଗିରିରେ 84 ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ଗ୍ରାମରେ ପାଖାପାଖି 50 ଏକର ଜମିରେ ହୋଇଥିବା 84 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

Categories
ଆଜିର ଖବର

ଗଞ୍ଜେଇ ଚାଷକୁ ତଥାଗତଙ୍କ ସମର୍ଥନ

ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରିଥିବା ବେଳେ ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଏହା ସମ୍ପର୍କରେ ମତ ରଖିଛନ୍ତି । ଗଞ୍ଜେଇର ଅନେକ ଔଷଧୀୟ ଗୁଣ ରହିଛି । କ୍ୟାନ୍‌ସର ଏବଂ ଶ୍ବାସ ରୋଗର ଔଷଧ ପ୍ରସ୍ତୁତି ପାଇଁ ଗଞ୍ଜେଇ ବ୍ୟବହାର କରାଯାଉଥିବାରୁ ଏହାର ଚାଷକୁ ସମର୍ଥନ କରିଛନ୍ତି ତଥାଗତ । ଗଞ୍ଜେଇ ଚାଷର ଆଇନକରଣକୁ ବିରୋଧ କରି ତଥାଗତ କହିଛନ୍ତି କ୍ଷୁଦ୍ର ଚାଷୀଙ୍କୁ ସରକାର ଏହାର ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିବା ଉଚିତ୍‌ ବୋଲି ତଥାଗତ କହିଛନ୍ତି । ଗଞ୍ଜେଇ ଚାଷ ପାଇଁ ଅଳ୍ପ ପାଣି, ଖତ ଏବଂ ସାର ଆବଶ୍ୟକ ପଡୁଥିବାରୁ କ୍ଷୁଦ୍ର ଚାଷୀ ମାନେ ଏହି ଚାଷରୁ ଲାଭବାନ ହୋଇ ପାରିବେ ବୋଲି ତଥାଗତ କହିଛନ୍ତି । ଦେଶରେ ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ କରିଥିବାରୁ ସରକାର କ୍ଷୁଦ୍ର ଚାଷୀଙ୍କୁ ଅନୁମତି ପ୍ରଦାନ କରିବା ଉଚିତ୍‌ ବୋଲି ତଥାଗତ କହିଛନ୍ତି ।