Categories
ଆଜିର ଖବର ଖେଳ

ସ୍ମିଥ୍‌ଙ୍କ ଶତକ : ଭାରତ ସମ୍ମୁଖରେ 287 ରନ୍‌ର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ 287 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଶତକ ସହାୟତାରେ 286 ରନ୍‌ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍‌ 131 ରନ୍‌ ସଂଗ୍ରହ କରିଥିବା ବେଳେ ଲାବୁଶ୍ଚାଞ୍ଜେ (54) ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମିଥ୍‌ 132 ବଲ୍‌ର ସମ୍ମୁଖୀନ ହୋଇ 14ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 131 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବରେ ମହମ୍ମଦ ସାମି 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାଡେଜା ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଏବଂ ନବଦୀପ ସାଇନି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡକୁ 3-0ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ସିଡ୍‌ନୀ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌କୁ ହ୍ବାଇଟ୍‌ ଓ୍ବାସ୍ କରିବା ସହିତ 3-0ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟିମ୍‌ ପେନ୍‌ଙ୍କ ଦଳ 3-0 ସିରିଜ୍‌ ବିଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ପଏଣ୍ଟ ଟେବୁଲ୍‌ରେ ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବରୁ ପ୍ରଥମ ଦୁଇ ଟେଷ୍ଟ ଜିତି ସାରିଥିବା ଅଷ୍ଟ୍ରେଲିଆ ଅନ୍ତିମ ମ୍ୟାଚ୍‌କୁ 279 ରନ୍‌ରେ ପରାସ୍ତ କରିବା ସହିତ 3-0ରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ପକକ୍ଷରୁ ପ୍ରଥମ ଇନିଂସରେ ମାର୍ନସ୍‌ ଲାବୁଶ୍ଚାଞ୍ଜେ 215 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 454 ରନ୍‌ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ 251 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଫଲୋଅନ୍‌ ଡାକରା ନଦେଇ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ବିତୀୟ ଇନିଂସରେ ଓ୍ବାର୍ଣ୍ଣର(111) ଶତକ ହାସଲ କରିଥିବା ବେଳେ ଲାବୁଶ୍ଚାଞ୍ଜେ(59) ଅର୍ଦ୍ଧଶତକ ହାସଲ କରିଥିଲେ । 2 ଓ୍ବିକେଟ୍‌ରେ 217 ରନ୍‌ କରି ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 416 ରନ୍‌ର ଅସମ୍ଭବ ବିଜୟ ଲକ୍ଷ୍ୟ ରହିଥିଲା । ଦଳ ମାତ୍ର 136 ରନ୍‌ରେ ସମସ୍ତ ଓ୍ବିକେଟ ହରାଇବା ସହିତ 279 ରନ୍‌ରେ ପରାଜୟ ବରଣ କରିଥିଲା । ମାର୍ନସ୍‌ ଲାବୁଶ୍ଚାଞ୍ଜେଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଏବଂ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା । (ଏଜେନ୍ସୀ)