Categories
ଆଜିର ଖବର ଜାତୀୟ ଖବର

ବିବାହିତା ମହିଳାଙ୍କ ସହ ଫେରାର୍‌ ହେବା ଚକ୍କରରେ ଥିଲେ ଶିକ୍ଷକ, ଜଣାପଡିବା ପରେ ପରିବାର ଲୋକେ କଲେ ଏପରି କାଣ୍ଡ

ରାଜସ୍ଥାନ : ରାଜସ୍ଥାନର ବାଡମୋରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳାକୁ ଘରୁ ଦୂର କରିବା ଅର୍ଥାତ୍‌ ଘରୁ ଫେରାର କରାଇବା  ଅଭିଯୋଗରେ ଜନୈକ ଶିକ୍ଷକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି ।

ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ବାଡମୋର ଜିଲ୍ଲାର ଗୁଡାମାଲାନୀ ଉପଖଣ୍ଡର ଆରଜେଟି ଥାନା ଅନ୍ତର୍ଗତ ଭାଟାଲା ଗ୍ରାମ ନିବାସୀ 48 ବର୍ଷୀୟ ଶିକ୍ଷକ ନୂର ମହମ୍ମଦଙ୍କ ଉପରେ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଫେରାର କରାଇଥିବାର ଅଭିଯୋଗ ରହିଥିଲା । ଏହି ପ୍ରସଙ୍ଗକୁ ନେଇ ବିବାହିତା ମହିଳାଙ୍କ ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ନାକ ଓ କାନ କାଟି ଦେଇଛନ୍ତି । ଶିକ୍ଷକଜଣଙ୍କୁ ଗୁରୁତର ଅବସ୍ଥାରେ ଗୁଜୁରାଟ ସ୍ଥାନାନ୍ତର କରାଯାଇଛି ।  ଏହି ଘଟଣାରେ ପୋଲିସ୍‌ ତିନି ଅଭିୁଯକ୍ତଙ୍କୁ ଗିରଫ କରିବା ସହିତ ମାମଲାର ତଦନ୍ତ ଜାରି ରଖିଛି । (ଏଜେନ୍ସି)