Categories
ଆଜିର ଖବର

ଆସନ୍ତା ବର୍ଷରୁ ଡିଜେଲ ଯାନ ବନ୍ଦ କରିବ ମାରୁତି ସୁଜୁକି

ଆସନ୍ତା ବର୍ଷ ଏପ୍ରିଲ୍‌ ତାରିଖରୁ ଡିଜେଲ ଯାନ ବନ୍ଦ କରିବ ଦେଶର ଏକ ନମ୍ବର କମ୍ପାନୀ ମାରୁତି ସୁଜୁକି। ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ବିଏସ୍‌ ୬ ପ୍ରଦୂଷଣ ନିୟମ ଲାଗୁ ହେବା ପରେ କମ୍ପାନୀ ଡିଜେଲ ଚାଳିତ ଯାନ ବନ୍ଦ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଜେଲ ଇଞ୍ଜିନ୍‌ର ମୂଲ୍ୟ ବୃଦ୍ଧି ହେଉଥିବାରୁ କମ୍ପାନୀ ଏହି ନିଷ୍ପତ୍ତି ନେଉଛି। ଏନେଇ ସହଯୋଗୀ କମ୍ପାନୀ ସୁଜୁକି ସହିତ ଆଲୋଚନା ଚାଲିଛି। ଏହି ଯାନ ପରିବର୍ତ୍ତେ ସିଏନ୍‌ଜି ଏବଂ ଅନ୍ୟାନ୍ୟ ହାଇବ୍ରିଡ୍‌ ଇନ୍ଧନରେ ଚାଲି ପାରୁଥିବା ଗାଡି ଉପରେ କମ୍ପାନୀ ନିବେଶ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର

ମାରୁତି ସୁଜୁକି ବାଲେନୋର ସ୍ମାର୍ଟ ହାଇବ୍ରିଡ୍‌ ଲଞ୍ଚ

ମାରୁତି ସୁଜୁକିର ସ୍ପୋର୍ଟସ୍‌ ମଡେଲ୍‌ ବାଲେନୋର ସ୍ମାର୍ଟ ହାଇବ୍ରିଡ୍‌ ଭାରତୀୟ ବଜାରରେ ଲଞ୍ଚ ହୋଇଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ୭.୨୫ ଲକ୍ଷ ରହିଥିବା ବେଳେ ଏଥିରେ ୧.୨ ଲି. ଡୁଆଲ ଜେଟ୍‌ ଏବଂ ଡୁଆଲ ଭିଭିଟି ଇଞ୍ଜିନ୍‌ ବ୍ୟବହୃତ ହୋଇଛି। ପୂର୍ବ ମଡେଲ ଗୁଡିକ ତୁଳନାରେ ଏହାର ମାଇଲେଜ୍‌ ମଧ୍ୟ ବଢିଆ ରହିଛି। ଏହି କାର୍‌ଟିର ମାଇଲେଜ୍‌ ୨୩.୮୭ କି.ମି/ଲିଟର ରହିଛି। ୨୦୧୫ ରେ ଲଞ୍ଚ ହୋଇଥିବା ଏହି କାର୍‌ର ୫.୫ ଲକ୍ଷ ଉପଭୋକ୍ତା ରହିଥିବା ବେଳେ ଗତ ଆର୍ଥିକ ବର୍ଷରେ ୨ଲକ୍ଷ କାର୍‌ ବିକ୍ରି ହୋଇଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର ଏସ୍‌ କଲସୀ। ସ୍ମାର୍ଟ ହାଇବ୍ରିଡ୍‌ ସହିତ ଜେଟା ଏବଂ ଆଲ୍ଫା ମଡେଲ୍‌ର ଦୁଇଟି ଲେଖାଏଁ କାର୍‌ ଲଞ୍ଚ କରାଯାଇଛି। ଜେଟାର ସାଧାରଣ ମଡେଲର ମୂଲ୍ୟ ୭.୮୬ ଲକ୍ଷ ଟଙ୍କା ରହିଥିବା ବେଳେ ଜେଟା ସିଭିଟିର ମୂଲ୍ୟ ୮.୨୯ ଲକ୍ଷ ଟଙ୍କା ରହିଛି। ଆଲ୍ଫାର ସାଧାରଣ ମଡେଲର ମୂଲ୍ୟ ୭.୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଆଲ୍ଫା ସିଭିଟିର ମୂଲ୍ୟ ୮.୯୦ ଲକ୍ଷ ଟଙ୍କା ରହିଛି।