Categories
ଆଜିର ଖବର

ଆସନ୍ତା ୨୫ରୁ ମ୍ୟାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ

ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗ ଓ ଓଏମ୍‌ଆର୍‌ ସିଟ୍‌ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମ୍ୟାଟ୍ରିକ୍‌ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍ ୫ ତାରିଖରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍‌ ୬୦ଟି କେନ୍ଦ୍ର ଖୋଲାଯାଇଛି। ଏଥିରୁ ୫୦ଟିରେ ମ୍ୟାଟ୍ରିକ୍‌ ପରୀକ୍ଷା ଓ ୧୦ଟିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ତେବେ ବାତିଲ୍‌ ହୋଇଥିବା ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ପୁନର୍ବାର ହେବ କି ନାହିଁ ତାହା ଆସନ୍ତା ୧୨ ତାରିଖରେ ଜଣାପଡ଼ିବ । ଅନେକ ଆଶା ଓ ଆଶଙ୍କା ଭିତରେ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିବାବେଳେ ଖାତା ମୂଲ୍ୟାୟନରେ ଯେପରି କୌଣସି ତ୍ରୁଟି ନ ରହିବ ଓ ସମୟ ପୂର୍ବରୁ ଖାତା ଦେଖା କାର୍ଯ୍ୟ ଶେଷ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ପ୍ରକଟ କରିଛନ୍ତି ।