Categories
ଆଜିର ଖବର

ବିଜ୍ଞାପନ ବାବଦରେ ମୋଦି ଖର୍ଚ୍ଚ କରିଛନ୍ତି ୩୦୪୪ କୋଟି ଟଙ୍କା : ବିଏସ୍‌ପି ସୁପ୍ରିମୋ ମାୟାବତୀ

ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମୁଖ୍ୟ ମାୟାବତୀ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ପ୍ରିୟ। ନିଜର ପ୍ରସାର ଓ ପ୍ରଚାର ପାଇଁ ବ୍ୟୟବହୁଳ ବିଜ୍ଞାପନ କରିଥା’ନ୍ତି। ସେ ବିଜ୍ଞାପନ ବାବଦରେ ୩୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥକୁ ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରତି ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହୋଇ ପାରି ଥାଆନ୍ତା। ସେ ଏହାକୁ ନେଇ ଟୁଇଟ୍‌ କରି କହିଛନ୍ତି। ବିଜେପି ଲାଗି ବିଜ୍ଞାପନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସର୍ବସାଧାରଣଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ନୁହେଁ। କେନ୍ଦ୍ର ସରକାର ନିଜର ବିଫଳତା ଘୋଡ଼ାଇବାକୁ ଓ ସେଥିରୁ ସର୍ବସାଧାରଣଙ୍କ ଧ୍ୟାନ ହଟାଇବାକୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏଭଳି ପ୍ରୟାସ କରୁଛନ୍ତି।  ଫଳରେ ଦାରିଦ୍ର୍ୟ ଓ ବେକାରୀ ଭଳି ସମସ୍ୟା ଦେଶରେ ଗୁରୁତର ସମସ୍ୟା ହୋଇ ମୁଣ୍ଡ ଟେକିଛି। ଲୋକସଭା ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ନିମନ୍ତେ ସମାଜବାଦୀ ପାର୍ଟି ଓ ବିଏସ୍‌ପି ମେଣ୍ଟ କରିଛନ୍ତି।