ନୂଆଦିଲ୍ଲୀ,9/12: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ସୁଧହାରରେ ସଂଶୋଧନ କରାଯାଇଛି । ସୋମବାର ପ୍ରକାଶିତ ସଂଶୋଧନ ପରେ ଏମ୍ସିଏଲ୍ଆରରେ 10 ବିପିଏସ୍ ବା 0.10 ପ୍ରତିଶତ ହ୍ରାସ କରାଯାଇଛି । ଏହା ଦ୍ବାରା ସୁଧହାରରେ ହ୍ରାସ ଘଟିବ । ଫଳସ୍ବରୂପ କାର ଋଣ, ଗୃହ ଋଣ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି । ଏହି ସଂଶୋଧନ ମଙ୍ଗଳବାର ଠାରୁ ଲାଗୁ କରାଯିବ ବୋଲି ଏସ୍ବିଆଇ ପକ୍ଷରୁ ଜଣାପଡିଛି । ଏକ ବର୍ଷିଆ ଋଣ ଉପରେ ସୁଧହାର 8 ପ୍ରତିଶତରୁ 7.90 ପ୍ରତିଶତ ହ୍ରାସ କରାଯାଇଛି । (ଏଜେନ୍ସୀ)
