Categories
ଫଟୋ ଖବର

ରେଳ ଷ୍ଟେସନରେ ସ୍ବୟଂ ସେବକମାନେ ପ୍ରବାସୀମାନଙ୍କୁ ବିଭିନ୍ନ ଖାଦ୍ୟ ପଦାର୍ଥ ଦେଇ ସେବା କରୁଛନ୍ତି

ନୂଆଦିଲ୍ଲୀ, ବର୍ତ୍ତମାନ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନରେ ଆସୁଥିବା ପ୍ରବାସୀମାନଙ୍କୁ ଆରଏସଏସ ତରଫରୁ ପ୍ରଦାନ କରାଯାଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ। ଏପରିକି ପାଣି ପ୍ୟାକେଟ ମଧ୍ୟ ସେମାନଙ୍କ ବଗିରେ ଏହି ସ୍ବୟଂ ସେବକମାନେ ରଖୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡିଶାରେ ଫସି ରହିଥିବା ତିନି ହଜାର ବାହାର ଶ୍ରମିକ ନିଜ ରାଜ୍ୟକୁ ଗଲେ, ଝାଡଖଣ୍ଡର ସର୍ବାଧିକ ନଅ ଶହ

ଭୁବନେଶ୍ବର, ବାହାର ରାଜ୍ୟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଠା କରୁଛନ୍ତି। ଠିକ୍ ସେହିପରି ଓଡିଶାରେ ଫସି ରହିଥିବା ବାହାର ଶ୍ରମିକଙ୍କୁ ମଧ୍ୟ ରାଜ୍ୟ ସରକାର ପଠାଇବାର ବନ୍ଦୋବସ୍ତ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ଓଡିଶାରୁ 3 ହଜାର ଫସିରହିଥିବା ଶ୍ରମିକଙ୍କୁ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟ ଶ୍ରମ ବିଭାଗର ଉଦ୍ୟମ ଯୋଗୁ ବସ୍ ଯୋଗେ ଏହି ଶ୍ରମିକଙ୍କୁ ପଠାଇଯାଇଛି।

ଏହି ତିନି ହଜାର ଶ୍ରମିକଙ୍କ ମଧ୍ୟରୁ 9 ଶହ ଶ୍ରମିକ ଝାଡଖଣ୍ଡର ହୋଇଥିବା ବେଳେ 6ଶହ ରାଜସ୍ଥାନ ରାଜ୍ୟର ଅଛନ୍ତି। ସେହିପରି ପଶ୍ଚିମ ବଂଗର 5 ଶହ ଶ୍ରମିକଙ୍କୁ ତିନୋଟି ଭିନ୍ନ ଭିନ୍ନ ବସରେ ଏମାନଙ୍କୁ ପଠାଯାଇଛି।

Categories
ଆଜିର ଖବର

ଘରକୁ ଫେରିବେ ତାମିଲନାଡୁରେ ରହୁଥିବା ଓଡ଼ିଆମାନେ, ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ନବୀନ

ଭୁବନେଶ୍ବର : ଏବେ  ବାହାର ରାଜ୍ୟରେ ରହୁଥିବା ଘରବାହୁଡା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରାଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ ।

ଲକ୍ ଡାଉନ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାମିଲନାଡୁର ଓଡ଼ିଶା ଫେରିବାକୁ ଚାହୁଁଥିଲା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସିପାରିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଅନୁରୋଧ କରିଥିଲେ । ତାମିଲନାଡୁ ସରକାର ମଧ୍ୟ ଏ ଦିଗରେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଭଙ୍ଗାରୁଜା କରିବା ଅଭିଯୋଗରେ 80 ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ପୋଲିସ୍‌

ସୁରତ୍‌ :ଲକ୍‌ ଡାଉନ୍‌ ଯୋଗୁଁ ସୁରତ୍‌ରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି । ଲକ୍‌ ଡାଉନ୍‌ ଯୋଗୁଁ ନିଜ ଭିଟାମାଟିକୁ ଫେରିବା ପାଇଁ ଅନୁମତି ନ ମିଳିବା ପରେ ସେଠାରେ ରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିବା ସହିତ ଉଠା ଦୋକାନୀରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ପ୍ରାୟ 80ଜଣଙ୍କୁ ପୋଲିସ୍‌ ଅଟକ ରହିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତକାଲି ଘଟିଛି । ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାର ଶ୍ରମିକ ରହିଥିବାର ସୂଚନା ରହିଛି ।

ତାଲା ବନ୍ଦ ଯୋଗୁଁ ସୁରତରେ ବହୁ ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ଏହି ଶ୍ରମିକମାନେ ଶୁକ୍ରବାର ରାତ୍ରିରେ ସହରର ଲକ୍ସାନା ଅଞ୍ଚଳରେ ଉଠା ଦୋକାନ  ଓ ଟାୟାର ଜାଳି ହଙ୍ଗାମା କରିଥିଲେ । ନିଜ ଘରକୁ ଯିବା ପାଇଁ ଦାବି କରି ଶହ ଶହ ପ୍ରବାସୀ ଶ୍ରମିକମାନେ ରାସ୍ତା ଉପରକୁ ଆସି ଏପରି କାର୍ଯ୍ୟ କରିଛନ୍ତି ।  ସେହିପରି ସରକାରୀ ସଙ୍ଗଠନ ଦ୍ବାରା ଦିଆଯାଉଥିବା ଖାଦ୍ୟ ସ୍ବାଦହୀନ ରହିଛି ଓ ଖାଦ୍ୟ ପାଇଁ ତାଙ୍କୁ ଧାଡିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ସୂଚନାଯୋଗ୍ୟ, ଗୁଜୁରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 378ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଛି ।(ଏଜେନ୍ସି)