ଭଙ୍ଗାରୁଜା କରିବା ଅଭିଯୋଗରେ 80 ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ପୋଲିସ୍‌

Published: Apr 11, 2020, 11:47 am IST

ସୁରତ୍‌ :ଲକ୍‌ ଡାଉନ୍‌ ଯୋଗୁଁ ସୁରତ୍‌ରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି । ଲକ୍‌ ଡାଉନ୍‌ ଯୋଗୁଁ ନିଜ ଭିଟାମାଟିକୁ ଫେରିବା ପାଇଁ ଅନୁମତି ନ ମିଳିବା ପରେ ସେଠାରେ ରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିବା ସହିତ ଉଠା ଦୋକାନୀରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ପ୍ରାୟ 80ଜଣଙ୍କୁ ପୋଲିସ୍‌ ଅଟକ ରହିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତକାଲି ଘଟିଛି । ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାର ଶ୍ରମିକ ରହିଥିବାର ସୂଚନା ରହିଛି ।

ତାଲା ବନ୍ଦ ଯୋଗୁଁ ସୁରତରେ ବହୁ ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ଏହି ଶ୍ରମିକମାନେ ଶୁକ୍ରବାର ରାତ୍ରିରେ ସହରର ଲକ୍ସାନା ଅଞ୍ଚଳରେ ଉଠା ଦୋକାନ  ଓ ଟାୟାର ଜାଳି ହଙ୍ଗାମା କରିଥିଲେ । ନିଜ ଘରକୁ ଯିବା ପାଇଁ ଦାବି କରି ଶହ ଶହ ପ୍ରବାସୀ ଶ୍ରମିକମାନେ ରାସ୍ତା ଉପରକୁ ଆସି ଏପରି କାର୍ଯ୍ୟ କରିଛନ୍ତି ।  ସେହିପରି ସରକାରୀ ସଙ୍ଗଠନ ଦ୍ବାରା ଦିଆଯାଉଥିବା ଖାଦ୍ୟ ସ୍ବାଦହୀନ ରହିଛି ଓ ଖାଦ୍ୟ ପାଇଁ ତାଙ୍କୁ ଧାଡିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ସୂଚନାଯୋଗ୍ୟ, ଗୁଜୁରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 378ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଛି ।(ଏଜେନ୍ସି)

 

Related posts