ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ମେଗା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ଏହି ମେଗା ନିଯୁକ୍ତି ଯୋଜନା ବିହାରର ଖଗରିଆ ଜିଲ୍ଲାରୁ ୨୦ ଜୁନ୍ ଶନିବାର ଦିନ ଆରମ୍ଭ ହେବ। ସେହି ଅନୁଯାୟୀ, ୬ ଟି ରାଜ୍ୟର ୧୧୬ ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ଯୋଜନା କରିଛି। ସମ୍ପ୍ରତି, କୋଭିଡ -୧୯ ମହାମାରୀ ହେତୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସହରାଞ୍ଚଳ ତଥା ଶିଳ୍ପ କେନ୍ଦ୍ରରୁ ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ଚାକିରୀ ଯୋଗାଇବା ପାଇଁ ୨୫ ଟି ଯୋଜନା ଏକାଠି କରାଯାଇଛି। ଏହି ଯୋଜନାରେ ସମ୍ପୃକ୍ତ ସମୁଦାୟ ପରିମାଣ ପ୍ରାୟ ୫୦,୦୦୦ କୋଟି ଟଙ୍କା ଯାହାକି ରୋଜଗାର ଅଭିଯାନ ପାଇଁ ବ୍ୟବହୃତ ହେବ ଏବଂ ଏହା ଅତି କମରେ ୧୨୫ ଦିନ ପାଇଁ ଜୀବିକା ସହାୟତା ଯୋଗାଇବ। ପ୍ରବାସୀ ଶ୍ରମର କୌଶଳ ସେଟ୍ ମ୍ୟାପ୍ ହୋଇଛି ଏବଂ ସେହି ଜିଲ୍ଲାଗୁଡିକରେ ସେହି ଅନୁଯାୟୀ କାର୍ଯ୍ୟ ବଣ୍ଟନ କରାଯିବ। ଯେଉଁ ଜିଲ୍ଲାଗୁଡ଼ିକରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଅତି କମରେ ୨୫,୦୦୦ ରହିଛି ସେହି ଜିଲ୍ଲାଗୁଡ଼ିକୁ ଚୟନ କରାଯାଇଛି।
Tag: migrants
ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ପ୍ରବାସୀ ଶ୍ରମିକ ମାନେ ନାନାଦି ହଇରାଣ ହରକତ ହେଉଥିବାରୁ ଏକ ବଡ ରାୟ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଶ୍ରମିକଙ୍କ ଠାରୁ ବସ୍ କି ରେଳଯାତ୍ରା ଖର୍ଚ୍ଚ ନିଆଯିବନାହିଁ । ନିଜ ରାଜ୍ୟର ପ୍ରବାସୀ ଶ୍ରମିଙ୍କ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ସମ୍ପୃକ୍ତ ରାଜ୍ୟ ସରକାର । ଖାଦ୍ୟ ବ୍ୟବସ୍ଥାରୁ ଆରମ୍ଭ କରି ଯେଉଁ ରାଜ୍ୟ ଦେଇ ଯିବେ ସେହି ରାଜ୍ୟର ସରକାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ରେଳ ଓ ବସରେ ଫେରୁଥିବା ଶ୍ରମିକ ମାନଙ୍କ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ଉପଯୁକ୍ତ ପରିମାଣରେ କରିବାକୁ କଡ଼ା ନିର୍ଦ୍ଦେଶ । ତୁରନ୍ତ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପ୍ରତି ଠିକ୍ ବ୍ୟବସ୍ଥା ହେଉନଥିବା ନେଇ ଚିନ୍ତାବ୍ୟକ୍ତ କଲେ କୋର୍ଟ । ଆସନ୍ତା 5 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ପ୍ରବାସୀଙ୍କ ପକ୍ଷରୁ ଚେନ୍ ପୁଲିଂ କରାଯାଇଛି । ଗତକାଲି ଚିଲିକାରେ ଚେନ୍ ପୁଲିଂ କରାଯାଇଥିବା ବେଳେ ଆଜି ଛତ୍ରପୁରରେ ଚେନ୍ ପୁଲିଂ କରି ଟ୍ରେନ୍ରୁ ଡିଆଁ ମାରିଛନ୍ତି ପ୍ରବାସୀ । ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ 60 ଜଣ ପ୍ରବାସୀଙ୍କୁ ଅଟକ ରଖି କ୍ବାରେଣ୍ଟିନ୍ ସେଣ୍ଟର ନିଆଯାଇଛି । ଟ୍ରେନ୍ଟି ଜଗନ୍ନାଥପୁର ଏବଂ ବ୍ରହ୍ମପୁରରେ ନ ରହିବାରୁ ଛତ୍ରପୁର ପୂର୍ବରୁ ଚେନ୍ ପୁଲିଂ କରିଥିଲେ ପ୍ରବାସୀ । ପାଖାପାଖି 100 ଜଣ ପ୍ରବାସୀ ଓହ୍ଲାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମତ ଦେଇଥିବା ବେଳେ ପ୍ରାୟ 60 ଜଣଙ୍କୁ ଆରପିଏଫ୍ ପକ୍ଷରୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ନୂଆଦିଲ୍ଲୀ : ଲକ୍ଡାଉନ୍ କାରଣରୁ ଦେଶବ୍ୟାପୀ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭାରତୀୟ ରେଳବାଇ। ବିଗତ ୧୯ ଦିନ ମଧ୍ୟରେ ରେଳବାଇ ପକ୍ଷରୁ ୨୧ ଲକ୍ଷ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି । ୧୫୯୫ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ
ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ସୁବିଧା ମଧ୍ୟ କରାଯାଇଛି । ରେଳବାଇର ଏହି ସୁବିଧା କାରଣରୁ ୧୯ ମେ ସୁଦ୍ଧା ପ୍ରାୟ ୨୧ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାରେ ସଫଳ ହୋଇଛନ୍ତି। ଟ୍ରେନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କୁ ଭଲ ଭାବେ ସ୍କ୍ରିନିଂ କରାଯାଉଛି। ଯାତ୍ରା ସମୟରେ ଯାତ୍ରୀଙ୍କୁ ମାଗଣାରେ ଭୋଜନ ଏବଂ ପିଇବା ପାଣି ଯୋଗାଇ ଦିଆଯାଉଛି। (ଏଜେନ୍ସି)
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି। ଗୁଜରାଟରୁ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି.ରେ ଭବାନୀପାଟଣା ପହଂଚିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ହେତୁ ସମ୍ଭାବ୍ୟ ଜନଗହଳି ଆଶଙ୍କାରେ ଭବାନୀପାଟଣା ଅଂଚଳକୁ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରାଯାଇଥିବା ଜଣାପଡିଛି।
ଭବାନୀପାଟଣା ଟାଉନ ଥାନା ଅଂଚଳ ଏବଂ ସଦର ଥାନା ଅଂଚଳର ରେଲୱେ ଷ୍ଟେସନ ପାଖାପାଖି ୫ଟି ଅଂଚଳକୁ ମଙ୍ଗଳବାର ଦିନ ୧୨ ଟା ଠାରୁ ତା.୨୦.୦୫.୨୦ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ କୁ ଭବାନୀପାଟଣା ଉପଖଣ୍ଡ ମାଜିଷ୍ଟ୍ରେଟ ଅର୍ଡର ନ.୨୬୨୯ ତା.୧୮.୦୫.୨୦୨୦ ମାଧ୍ୟମରେ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରିଛନ୍ତି। ପ୍ରବାସୀମାନେ ଭବାନୀପାଟଣା ପହଂଚିବା ଏବଂ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ପର୍ଯ୍ୟନ୍ତକୁ ସେମାନଙ୍କ ସଂସ୍ପର୍ଶରେ ଯେପରି କେହି ନଆସନ୍ତି ତଥା କୌଣସି ପ୍ରକାର ସଂକ୍ରମଣକୁ ରୋକିବା ପାଇଁ ଦୃଷ୍ଟି ଦିଆଯାଇ କର୍ଫ୍ୟୁ ଜାରି କରାଯାଇଥିବା ପ୍ରକାଶ।
କଳାହାଣ୍ଡି ଜିଲ୍ଲା ସମେତ ଓଡିଶାର ୧୦ଟି ଜିଲ୍ଲାର ୧୬୨୪ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ସୋମବାର ଗୋଟାଏ ସମୟରେ ଗୁଜରାଟର ରାଜକୋଟ ଷ୍ଟେସନରୁ ଭବାନୀପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି।
ପ୍ରାପ୍ତ ତଥ୍ୟ ଅନୁସାରେ ୨୪ ଟି ବଗି ଥିବା ଏହି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ କଳାହାଣ୍ଡି ଜିଲ୍ଲାର ୧୦୭୭, ଅନୁଗୁଳ ଜିଲ୍ଲାର ୫୯,ଭଦ୍ରକର ୪୭,ବୌଦ୍ଧର ୨, ଢେଙ୍କାନାଳର ୯, ଗଂଜାମର ୯୯, ଯାଜପୁରର ୯୫, କେନ୍ଦ୍ରାପଡାର ୪୯, କଟକର ୮୩, ମୟୁରଭଂଜର ୧୩ ଜଣଙ୍କୁ ମିଶାଇ ମୋଟ ୧୬୨୪ ଜଣ ପ୍ରବାସୀ ଓଡିଆ ଶ୍ରମିକ ଆସୁଥିବା ଜଣାପଡିଛି। ପ୍ରବାସୀ ମାନେ ଭବାନୀପାଟଣା ଷ୍ଟେସନ ପହଂଚିବା ପରେ ସମସ୍ତଙ୍କ ପଂଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅନେକ କାଉଂଟର କରାଯାଇଥିବା ଏବଂ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସମେତ ଏଡିଏମ, ନୋଡାଲ ଅଫିସର ତଥା ପିଡି ଡିଆରଡିଏ, ଉପଜିଲ୍ଲାପାଳ, ସିଡିଏମଓ, ଆରଟିଓ ପ୍ରମୂଖ ରେଳଷ୍ଟେସନ ପରିଦର୍ଶନ କରି ସମସ୍ତ ପ୍ରସ୍ତୃତି ତଦାରଖ କରିଥିବା ପ୍ରକାଶ।
ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)