ପୁଣି ଥରେ ଚେନ୍‌ ପୁଲିଂ : ଟ୍ରେନ୍‌ରୁ ଡିଆଁ ମାରିଲେ ପ୍ରବାସୀ

Published: May 24, 2020, 7:07 pm IST

ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ପ୍ରବାସୀଙ୍କ ପକ୍ଷରୁ ଚେନ୍‌ ପୁଲିଂ କରାଯାଇଛି । ଗତକାଲି ଚିଲିକାରେ ଚେନ୍‌ ପୁଲିଂ କରାଯାଇଥିବା ବେଳେ ଆଜି ଛତ୍ରପୁରରେ ଚେନ୍‌ ପୁଲିଂ କରି ଟ୍ରେନ୍‌ରୁ ଡିଆଁ ମାରିଛନ୍ତି ପ୍ରବାସୀ । ଏହି ଘଟଣା ପରେ ଆରପିଏଫ୍‌ ପକ୍ଷରୁ 60 ଜଣ ପ୍ରବାସୀଙ୍କୁ ଅଟକ ରଖି କ୍ବାରେଣ୍ଟିନ୍‌ ସେଣ୍ଟର ନିଆଯାଇଛି । ଟ୍ରେନ୍‌ଟି ଜଗନ୍ନାଥପୁର ଏବଂ ବ୍ରହ୍ମପୁରରେ ନ ରହିବାରୁ ଛତ୍ରପୁର ପୂର୍ବରୁ ଚେନ୍‌ ପୁଲିଂ କରିଥିଲେ ପ୍ରବାସୀ । ପାଖାପାଖି 100 ଜଣ ପ୍ରବାସୀ ଓହ୍ଲାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମତ ଦେଇଥିବା ବେଳେ ପ୍ରାୟ 60 ଜଣଙ୍କୁ ଆରପିଏଫ୍‌ ପକ୍ଷରୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts