ସାରା ବିଶ୍ବରେ ମୋଦିଙ୍କୁ ନେଇ ବେଶ୍ ଚର୍ଚ୍ଚା ରହିଛି। ନିକଟରେ ମୋଦିଙ୍କ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ ଉତ୍ସବକୁ ବିମ୍ଷ୍ଟେକ୍ର ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ମୋଦିଙ୍କ ନିର୍ବାଚନୀ ନାରାକୁ ବେଶ୍ ପସନ୍ଦ କରିଥିବାବେଳେ ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଆମେରିକାର ବୈଦେଶିକ ସଚିବ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପୋୟୋ। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପୋୟୋ ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିଛନ୍ତି। ଗତକାଲି ଆମେରିକାରେ ୟୁଏସ-ଇଣ୍ଡିଆ ବିଜନେସ କାଉନସିଲର ବୈଠକ ବସିଥିଲା। ଏହି ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଉଦବୋଧନ ଦେବା ବେଳେ ପୋମ୍ପିୟୋ କହିଥିଲେ ଯେମିତି ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚନ ବେଳେ ନାରା ଦେଇଥିଲେ ‘ମୋଦି ହୈ ତୋ ମୁମ୍କିନ୍ ହୈ’ ଅର୍ଥାତ୍ ମୋଦି ଅଛନ୍ତି ତ ସବୁ ସମ୍ଭବ। ସେହିଭଳି ଭାବରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗକୁ ବଢ଼ୁ ବୋଲି ସେ ଚାହୁଁଛନ୍ତି ବୋଲି କହିଥିଲେ। ନରେନ୍ଦ୍ର ମୋଦିଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ଆମେରିକାର ସାଧାରଣ ନିର୍ବାଚନ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ରିପବ୍ଲିକିଆନ ପାର୍ଟି ତରଫରୁ ଅବି କି ବାର ଟ୍ରମ୍ପ ସରକାରର ନାରା ଦେଇଥିଲେ। ଯାହାକି ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ଅବ୍ କି ବାର ମୋଦି ସରକାର’ର ଅବିକଳ ନକଲ ଥିଲା।
