Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ, ୨୦୨୪ ପାଇଁ ନବୀନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ଏ ନେଇ ଜାତୀୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏପରି କ୍ଷେତ୍ରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ ହେବ ବୋଲି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ ସଚିବାଳୟଠାରୁ ରାଜଧାନୀ ଖଟି ପର୍ଯ୍ୟନ୍ତ ବେଶ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।

ନିକଟରେ ପଦମପୁରରେ ବିଜେଡିର ବିପୁଳ ବିଜୟ ପରେ ସେଠାକାର ପ୍ରଚାର ମଙ୍ଗ ସମ୍ଭାଳିଥିବା ନେତାଙ୍କୁ ପୁରସ୍କାର ଦେବେ ବୋଲି ନବୀନ ଚିନ୍ତା କରିଛନ୍ତି। ସେଥିପାଇଁ ଏହି ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବ। ମୁଖ୍ୟତଃ ସୁଶାନ୍ତ ସିଂଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି। ସେହିପରି ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ଏକ ଭଲ ଦାୟିତ୍ବ ଦେବାର ସମ୍ଭାବନା ମଧ୍ୟ ରହିଛି।

ତେବେ ପଦମପୁର ବିଜୟ ପଛରେ ଯେଉଁ ପ୍ରମୁଖ ବିନ୍ଧାଣୀ ଅଛନ୍ତି ସେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ମଧ୍ୟ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପରିକି ତାଙ୍କୁ ଏକ ଭଲ ବିଭାଗ ଦିଆଯିବ ବୋଲି କୁହାଯାଉଛି। ପୂର୍ବରୁ ସେ ସଂଗଠନ ସମ୍ଭାଳିବା ପାଇଁ ମନ୍ତ୍ରୀ ପଦକୁ ଗ୍ରହଣ କରି ନ ଥିଲେ। ହେଲେ ଏଥର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି।

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ବଦନାମ କରିସାରିଲେଣି। ପୂର୍ବରୁ ସେହିପରି ବଦନାମ କରିଥିବା ମନ୍ତ୍ରୀଙ୍କୁ ନବୀନ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଇଥିଲେ। ଏଥର ମଧ୍ୟ ଯେଉଁ ମନ୍ତ୍ରୀମାନେ ବଦନାମ ମୁଣ୍ଡାଇ ବୁଲୁଛନ୍ତି ସେମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଇ ନବୀନ ମନ୍ତ୍ରୀ ମଣ୍ଡଳରୁ ବିଦା କରିଦେବେ। ସେଥିରେ ସର୍ବାଗ୍ରେ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ।

ବଦନାମ ମନ୍ତ୍ରୀ ସହିତ ନବୀନ ଯେଉଁ ମନ୍ତ୍ରୀମାନଙ୍କ ଦକ୍ଷତା ନାହିଁ ସେମାନଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେବେ ବୋଲି ଜଣାପଡିଛି। ନବୀନ ଏହି ଅଦଳବଦଳରେ ଅଳ୍ପ କେତେକ ନୂଆ ମୁହଁ ନେବେ ବୋଲି ଆଲୋଚନା ଚାଲିଛି। ହେଲେ ମନ୍ତ୍ରୀମଣ୍ଡଳରେ ଏକ ବଡଧରଣର ବିଭାଗ ଅଦଳବଦଳ କରିବାକୁ ନବୀନ ନିଷ୍ପତି କରିଛନ୍ତି।

ବର୍ତ୍ତମାନ ଓଡିଶା ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଲା। ଏହା ପୂର୍ବରୁ ଯଦି ସରକାରକୁ ଠିକ କରା ନ ଯାଏ ତେବେ ସବୁ ଅଙ୍କ ଭୁଲ ହୋଇଯିବ। ସେଥିପାଇଁ ପଦମପୁର ନିର୍ବାଚନ ପରେ ବର୍ତ୍ତମାନ ନବୀନ ନିବାସ ବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ସମୟରେ ନବୀନ ନେତାମାନଙ୍କୁ ଡାକି ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ନବୀନ ନୂଆ ବର୍ଷରେ ଶ୍ରୀଜଗନ୍ନାଥ ଦର୍ଶନ ସାରି ଏହି ଅବଦବଦଳ କରିବେ ବୋଲି ଜଣା ପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ଖୁବ ଶିଘ୍ର ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ, ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିବେ। ସମ୍ଭବତଃ ଆସନ୍ତା ଜାନୁୟାରୀ ମାସରେ କିମ୍ବା ଶୀତ ଅଧିବେସନ ପରେ ପରେ ଏହି ଅଦଳବଦଳ ହେବ। ଏ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ବର୍ଷେ ସମୟ ରହିଲା। ଏହା ଭିତରେ କେନ୍ଦ୍ର ସରକାରଙ୍କୁ ସୁଦୃଢ କରିବାକୁ ପଡିବ। ସେ ନେଇ ମୋଦୀଶାହା ଅଙ୍କକଷା ଆରମ୍ଭ କରି ସାରିଲେଣି ବୋଲି କୁହାଯାଉଛି।

ନିକଟରେ ବିଜେପି ଗୁଜୁରାଟରେ ଏକ ବଡ ବିଜୟ କରିଥିବା ବେଳେ ହିମାଚଳ ପ୍ରଦେଶରେ ହାରିଯାଇଛି। କେନ୍ଦ୍ରରେ ସରକାରରେ ଥାଇ ହିମାଚଳରେ ହାରିବା ଉଭୟ ମୋଦୀଶାହାଙ୍କର ହଜମ ହୋଇ ନାହିଁ। ସେହିପରି ଦିଲ୍ଲୀ ମ୍ୟୁନିସପାଲ କରପୋର୍ରେସନରେ ମଧ୍ୟ ଦଳ ହାରିଯାଇଛି। ଏହାକୁ ନେଇ ଦଳ ଭିତରେ ବର୍ତ୍ତମାନ ବେଶ ଆଲୋଚନା ହେବାରେ ଲାଗିଛି।

ସେଥିପାଇଁ ଏବେଠାରୁ ସରକାର ଏବଂ ଦଳକୁ ମଧ୍ୟ ଯଦି ଠିକ ଭାବେ ସଜଡା ନ ଯାଏ ତେବେ ତାହା ସାଧାରଣ ନିର୍ବାଚନରେ ପ୍ରଭାବ ପଡିପାରେ ବୋଲି ଦଳ ଅନୁଭବ କରି ସାରିଲାଣି। ସେଥିପାଇଁ ପ୍ରଥମେ ମନ୍ତ୍ରୀମଣ୍ଡଳର ବଡ ପରିବର୍ତ୍ତନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ବିଗତ ଦିନରେ ମୋଦୀ ଯେଉଁ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ ସେଥିରେ ବର୍ତ୍ତମାନ ଅନେକ ମନ୍ତ୍ରୀ ନିଜର ଦକ୍ଷତା ପ୍ରତିପାଦନ କରାଇପାରୁ ନାହାଁନ୍ତି। ଏପରିକି କେତେକ ମନ୍ତ୍ରୀଙ୍କୁ ଶକ୍ତିଶାଳି କରିଥିଲେ ମଧ୍ୟ ସେମାନେ ତାଙ୍କ ଅଞ୍ଚଳରେ ଯେପରି ପ୍ରଦର୍ଶନ କରିବା କଥା ତାହା କରି ଦେଖାଇ ପାରୁ ନାହାଁନ୍ତି। ସେଥିପାଇଁ ସେପରି ସାଂସଦଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରିବାକୁ ଚିନ୍ତା କରାଯାଉଛି।

ସେହିପରି ଗୁଜୁରାଟ, ହିମାଚଳ ପ୍ରଦେଶ, ଏମସିଡି ସହିତ ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ହୋଇଯାଇଛି। ଏସବୁକୁ ନେଇ ଏକ ସମୀକ୍ଷା କରାଯାଉଛି। ଏଥିରେ କାହାର ଭୂମିକା କିପରି ଏବଂ କାହାପାଇଁ ଦଳ ଭଲ କରିପାରୁ ନାହିଁ ତାହାର ଏକ ହିସାବ ନିକାସ ମଧ୍ୟ କରାଯାଉଛି।ସେହି ଅନୁସାରେ ମନ୍ତ୍ରୀମଣ୍ଡଳର ରୂପରେଖ ପରିବର୍ତ୍ତନ ହେବ ବୋଲି କୁହାଯାଇଛି।

ଏହି ନୂଆ ବାହିନୀ ଆଗାମୀ ସାଧାରଣ ନିର୍ବାଚନ ତଥା କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଯୁଦ୍ଧ କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରଗରମ ରାଜନୀତି, ନେତାଙ୍କ ଦିଲ୍ଲୀ ଆଗମନ ଆରମ୍ଭ, ଅପରାହ୍ନରେ ବୈଠକ

ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ ତଥା ଅଦଳ ବଦଳ ନେଇ ଆଜି ସକାଳୁ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବଡବଡ ନେତାଙ୍କ ଘରେ ପଂଇତରା ମାରିବା ଆରମ୍ଭ କରିଦେଲେଣି। କେତେକ ବିମାନ ବନ୍ଦରରେ ଡେରା ପକାଇଛନ୍ତି। କିଏ ସେ ଦିଲ୍ଲୀ ଆସୁଛି ସେ ନେଇ ଖବର ସଂଗ୍ରହ କରିବା ଆରମ୍ଭ ହୋଇଯାଇଛି।

ସୁତ୍ର ଅନୁସାରେ ବର୍ତ୍ତମାନ ଧିରେ ଧିରେ ନୂଆ ଦିଲ୍ଲୀକୁ ନେତାମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ 3 ଟା 30ରେ ଦିଲ୍ଲୀରେ ପହଁଚୁଥିବାର ଜଣାପଡିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆଉ କେତେକ ନେତା ମଧ୍ୟ ଆଜି ଅପରାହ୍ନରେ ଦିଲ୍ଲୀର ପହଞ୍ଚୁଥିବା ଜଣାପଡିଛି।

ଏକ ବିଶେଷ ସୁତ୍ରର ଖବର ଅନୁସାରେ ଆଜି ଅପରହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଶେଷ ସ୍ପର୍ଶ ଦେବେ। ସେଥିପାଇଁ ସେ ଗୃହମନ୍ତ୍ରୀ ଅମିତ ସାହା ଏବଂ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହିତ ଅପରାହ୍ନରେ ଆଲୋଚନା କରିବେ। ପୂର୍ବରୁ ଏମାନଙ୍କର ଅନେକ ଥର ବୈଠକ ବସି ତାଲିକା ପ୍ରସ୍ତୁତ ସରିଛି। ତେବେ ଆଜି ଏହି ବୈଠକରେ ଶେଷ ସ୍ପର୍ଶ ଦିଆଯିବା ସହ ନୂଆ ମନ୍ତ୍ରୀମାନଙ୍କୁ ଫୋନ କରି ଦିଲ୍ଲୀ ଡକାଯିବ ବୋଲି ଜଣାପଡିଛି। ତେବେ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତାକାଲି କିମ୍ବା ଗୁରୁବାରରେ ଏହି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ।