Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀମାନଙ୍କୁ ପ୍ଲାଜମା ଦାୟିତ୍ବ, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କ ଦାୟିତ୍ବରେ କେଉଁ ଜିଲ୍ଲା

ଭୁବନେଶ୍ବର, କରୋନା ମହାମାରୀ ସଂକଟ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନକୁ କିପରି ଉତ୍ସାହିତ କରାଯାଇ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ବାଣ୍ଟିଛନ୍ତି। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟମାନଙ୍କୁ ପ୍ଲାଜମା ଦାନ ପାଇଁ କହିବେ।

ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀମାନଙ୍କୁ କେଉଁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

ନିରଞ୍ଜନ ପୂଜାରୀ-ପୁରୀ

ବିକ୍ରମ କେଶରୀ ଆରୁଖ-କନ୍ଧମାଳ ଓ ଗଂଜାମ

ପ୍ରଫୁଲ ମଲ୍ଲିକ-ବରଗଡ଼

ରଣେନ୍ଦ୍ର ପ୍ରତାପ ସ୍ବାଇଁ-ଭଦ୍ରକ ଓ କେନ୍ଦ୍ରାପଡ଼ା

ପଦ୍ମନାଭ ବେହେରା-ଝାରସୁଗୁଡ଼ା, ବୌଦ୍ଧ

ପ୍ରତାପ ଜେନା-ମୟୂରଭଂଜ, କଟକ

ଅରୁଣ ସାହୁ-ନୟାଗଡ଼, ଖୋର୍ଦ୍ଧା

ସୁଦାମ ମାରାଣ୍ତି-ସୋନପୁର

ସୁଶାନ୍ତ ସିଂହ-ବଲାଙ୍ଗିର, ସମ୍ବଲପୁର

ନବ ଦାସ-କଳାହାଣ୍ଡି ଓ ନୂଆପଡ଼ା

ତୁଷାରକାନ୍ତି ବେହେରା-ମାଲକାନଗିରି

Categories
ବିଶେଷ ଖବର

୧୯ ନୂଆ ମୁହଁ ସମେତ ୫୮ ମନ୍ତ୍ରୀଙ୍କ ଶପଥ ଗ୍ରହଣ : ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା

ସପ୍ତଦଶ ଲୋକସଭାରେ ଦେଶର ୧୫ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମୋଦିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୋଦିଙ୍କ ସମେତ ୫୮ ଜଣ ଏନ୍‌ଡିଏ ସଦସ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ୯ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ଦାୟିତ୍ବ ମିଳିଥିବା ବେଳେ ବାକି ସମସ୍ତଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଆଶ୍ଚର୍ଯ୍ୟ ଜନକ ଭାବରେ ସୁଷମା ସ୍ବରାଜଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି। ଅସୁସ୍ଥତା କାରଣରୁ ଚଳିତ ବର୍ଷ ନିର୍ବାଚନ ଲଢିନଥିଲେ ସୁଷମା ସ୍ବରାଜ। ଓଡିଶାରୁ ମଧ୍ୟପ୍ରଦେଶ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଗତଥରର ଆବଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜୁଏଲ୍‌ ଓରାମଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଚଳିତ ମନ୍ତ୍ରୀ ମଣ୍ଡଳରେ ସମୁଦାୟ ୧୯ ଜଣ ନୂତନ ଚେହେରା ଦେଖିବାକୁ ମିଳିଥିବା ବେଳେ ୬ ଜଣ ପ୍ରଥମ ଥର ପାଇଁ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।

ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି। ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମ୍‍ଷ୍ଟେକ୍‍ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛି। ବାଂଲାଦେଶ, ଶ୍ରୀଲଙ୍କା, କିରଗିଜ୍‍ ସାଧାରଣତନ୍ତ୍ର ଓ ମ୍ୟାଁମାର ରାଷ୍ଟ୍ରପତି ଏବଂ ମରିସସ୍‍, ନେପାଳ, ଭୁଟାନର ପ୍ରଧାନମନ୍ତ୍ରୀ ତଥା  ଥାଇଲାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।

ସେହିପରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଘୁଲାମ ନବୀ ଆଜାଦ, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ, ବିଜେପିର ବରିଷ୍ଠ ନେତା ଏଲ୍‌ କେ ଆଡଭାନୀ ଏବଂ ଭେଟେରାନ୍‌ ମୁରଲୀ ମନୋହର ଯୋଶୀଙ୍କୁ ପ୍ରଥମ ଧାଡିରେ ବସିଥିବାର ନଜର ଆସିଥିଲେ। ଶିଳ୍ବପତି ମୁକେଶ ଅମ୍ବାନୀଙ୍କ ସମେତ ଅନେକ ବଲିଉଡ୍‌ ତାରକା ଶପଥ ଗ୍ରହଣ ତାଲିକାରେ ସାମିଲ ହୋଇଥିଲେ। ବଲିଉଡ୍‌ ତାରକାଙ୍କ ମଧ୍ୟରେ କଙ୍ଗନା ରଣାଓ୍ବତ, ସାହିଦ କପୁର, ଅନୁପମ ଖେର, କରଣ ଜୋହର, ବିବେକ ଓବେରୟ ଏବଂ ଜିତେନ୍ଦ୍ର ଉପସ୍ଥିତ ଥିଲେ। ତେଲୁଗୁ ଷ୍ଟାର ରଜନୀକାନ୍ତ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ମନ୍ତ୍ରୀ :
ରାଜନାଥ ସିଂହ
ଅମିତ ଶାହ
ନିତ୍‌ନୀ ଗଡ୍‌କରୀ,
ପିୟୂଷ ଗୋଏଲ୍‌
ନିର୍ମଳା ସୀତାରମଣ
ରାମବିଳାଶ ପାଶ୍ବାନ
ନରେନ୍ଦ୍ର ସିଂ ତୋମାର
ହରସିମରତ୍‌ କୌର୍‌ ବାଦଲ୍‌
ରବିଶଙ୍କର ପ୍ରସାଦ
ପ୍ରକାଶ ଜାଭେଡ଼କର
ସ୍ମୃତି ଇରାନୀ
ଥାଓ୍ବରଚନ୍ଦ ଗେହଲଟ୍‌
ଏସ୍‌ ଜୟଶଙ୍କର
ସଦାନନ୍ଦ ଗୌଡ଼ା
ଧର୍ମେନ୍ଦ୍ର ପ୍ରଧାନ
ମୁଖତାର୍‌ ଅବ୍ବାସ ନକ୍‌ଭୀ
ଡ. ହର୍ଷ ବର୍ଦ୍ଧନ
ଅର୍ଜୁନ ମୁଣ୍ଡା
ପ୍ରହ୍ଲାଦ ଯୋଶୀ
ମହେନ୍ଦ୍ର ନାଥ ପାଣ୍ଡେ
ଅରବିନ୍ଦ ସାଓ୍ବନ୍ତ
ଗିରିରାଜ ସିଂ
ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌
ରମେଶ ପୋଖରିୟାଲ ନିଶଙ୍କ

Categories
ବିଶେଷ ଖବର

ପୁଣି ଥରେ ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ଇନିଂସ୍‌, ନବୀନଙ୍କ ସହ ଶପଥ ନେଲେ ୨୦ ଜଣିଆ ଟିମ୍‌

ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍‌। ନବୀନଙ୍କ ସହ ତାଙ୍କ ପୂରା ଟିମ୍‌ ଅର୍ଥାତ୍‌ ନବୀନଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନବୀନଙ୍କ ସମେତ ସମସ୍ତ କ୍ୟାବିନେଟ୍‌ ଓ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ପାଠ ସମାରୋହରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀଗଣ ଶପଥ ନେଇଥିଲେ ପ୍ରଫୁଲ ମଲ୍ଲିକ। ଏହାପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବ କିଶୋର ଦାସ ଓ ସୁଶାନ୍ତ ସାହୁ ସିଂହ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସୁଦାମା ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବରେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ୍‌, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।

ଏହି ଉତ୍ସବରେ ପ୍ରାୟ 6 ହଜାର ଦର୍ଶକ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଏହି ଉତ୍ସବରେ ଦେଶର ଅନେକ ଶିଳ୍ପପତି ଯୋଗଦେଇଥିଲେ। ସେହିପରି ପ୍ରଥମ ଥର ପାଇଁ ନବୀନଙ୍କ ଶପଥ ଉତ୍ସବରେ ଯୋଗଦେଇଥିଲେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହେଟ୍ଟା। ଶପଥ ଗ୍ରହଣ ଶେଷ ହେବା ପରେ ନବୀନ ସଚିବାଳୟ ଯାଇ ନିଜ ଚ୍ୟାମ୍ବରରେ କାମ ଆରମ୍ଭ କରିଥିଲେ। ସଚିବାଳୟରେ ବିଭିନ୍ନ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ତାଙ୍କ କର୍ମଚାରୀଗଣ। ଏହାପରେ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନବୀନଙ୍କୁ ସ୍ବାଗତ କରିଥିଲେ। ବାହାରୁ ଆସିଥିବା ଶିଳ୍ପପତିମାନେ ମଧ୍ୟ ସଚିବାଳୟ ଯାଇ ନବୀନଙ୍କୁ ସ୍ବାଗତ କରି ଓଡିଶାର ପ୍ରଗତି ସହିତ ସାମିଲ ହେବେ ବୋଲି ଜଣାଇଥିଲେ।

ଲକି ଚ୍ୟାୟାର

ନିର୍ବାଚନ ଘୋଷଣା ପରେ ନବୀନ ସଚିବାଳୟ ଯାଇ ନ ଥିଲେ। ଏପରିକି ନିର୍ବାଚନ ସରିବା ପରେ ମଧ୍ୟ ଯାଇ ନ ଥିଲେ। ହେଲେ ଫନୀ ବାତ୍ୟା ସମୀକ୍ଷା ବୈଠକ କରିବାକୁ ଦୀର୍ଘ ଏକ ମାସ ପରେ ସଚିବାଳୟ ଯାଇ ବାତ୍ୟା ମୁକାବିଲା ବୈଠକ କରିଥିଲେ। ଏହାପରେ ଆଉ ନବୀନ ସଚିବାଳୟ ଯାଇ ନ ଥିଲେ। ହେଲେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ତାଙ୍କର ଚିରାଚରିତ ତୃତୀୟ ମହଲାକୁ ଯାଇ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ସାଥୀରେ ସମସ୍ତ କର୍ମଚାରୀ ମଧ୍ୟ ଥାଆନ୍ତି। ସେ ମୁଖ୍ୟମନ୍ତ୍ରୀ ବସିବା ପାଇଁ ଉଦ୍ଧିଷ୍ଠ କାଠ ଚ୍ୟାୟରେ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲକି ଚ୍ୟାୟାର’। ଏହାପରେ ସେ ସେହି ଚ୍ୟାୟରରେ ବସି କାମ ଆରମ୍ଭ କରିଥିଲେ