Categories
ଆଜିର ଖବର ଜାତୀୟ ଖବର

ପ୍ରେମିକକୁ ବିବାହ କରିବାକୁ ଜିଦ୍‌ କରି ଫିଲ୍ମ ଷ୍ଟାଇଲ୍‌ରେ ପାଣି ଟାଙ୍କି ଉପରେ ଚଢିଲେ ନାବାଳିକା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଶିବପୁରୀଠାରେ ଜଣେ ନାବାଳିକା ନିଜ ପ୍ରେମିକ ସହ ବିବାହ କରିବାକୁ ଜିଦ୍‌ କରି ଫିଲ୍ମ ଷ୍ଟାଇଲ୍‌ରେ ଏକ ପାଣି ଟାଙ୍କି ଉପରେ ଚଢିଯାଇଛନ୍ତି। ନାବାଳିକାଙ୍କ ପାଣି ଟାଙ୍କି ଉପରେ ଦେଖି ଲୋକମାନେ ପୋଲିସ୍‌ ଏହି ସମ୍ପର୍କରେ ଜଣାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ଶିବପୁରୀରେ ଜଣେ ନାବାଳିକା ନିଜ ପ୍ରେମିକକୁ ବାହା ହେବାକୁ ଜିଦ୍‌ କରି ଫତେପୁରଠାରେ ଥିବା ପାଣି ଟାଙ୍କି ଉପରେ ଚଢି ଯାଇଛନ୍ତି । ତେବେ ନାବାଳିକାଙ୍କ ମା’ଙ୍କ କହିବାନୁଯାୟୀ ନାବାଳିକା ଜଣକ ଯାହାକୁ ପ୍ରେମ କରୁଛନ୍ତି ତାଙ୍କର ପରିବାର ବିବାହକୁ ବିରୋଧ କରୁଛନ୍ତି । କାରଣ ନାବାଳିକା ଜଣକ ନିମ୍ନ ଜାତିର ହୋଇଥିବାରୁ ବିବାହ ହେବାକୁ ତାଙ୍କ ପ୍ରେମିକଙ୍କ ପରିବାର ବାରଣ କରିଥିବାରୁ ନାବାଳିକା ଜଣକ ଏପରି କାଣ୍ଡ ଘଟାଇଛନ୍ତି । ତେବେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଜଣକୁ ପାଣି ଟାଙ୍କି ଉପରୁ ତଳକୁ ଓହ୍ଲାଇ ଆଣି ଘଟଣାର ଯାଞ୍ଚ କରୁଛନ୍ତି । (ଏଜେନ୍ସି)