Categories
ଆଜିର ଖବର ଜାତୀୟ ଖବର

ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା, ବିମାନରେ ଥିଲେ ୧୪ ମିଆଁମାର ସୈନିକ

ନୂଆଦିଲ୍ଲୀ: ଆଜି ଭାରତର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଆଇଜୋଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲେଙ୍ଗପୁଇ ବିମାନବନ୍ଦର ଆଇଜୋଲ ନିକଟରେ ଅବସ୍ଥିତ ଏକ ଘରୋଇ ବିମାନବନ୍ଦର।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ମିଜୋରାମ ଡିଜିପି କହିଛନ୍ତି ଯେ, ମିଆଁମାର ଆର୍ମି ବିମାନ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ। ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ମିଆଁମାରରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି, ଯେଉଁ କାରଣରୁ ସୈନିକମାନେ ପଳାୟନ କରି ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାକୁ ପ୍ରବେଶ କରିଥିଲେ। ଏହି ସୈନିକମାନଙ୍କୁ ନେବା ପାଇଁ ବିମାନ ଭାରତ ଆସିଥିଲା।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ସାମରିକ ବିମାନ ଭାରତରେ ଉପସ୍ଥିତ ଥିବା ସେନା କର୍ମଚାରୀଙ୍କୁ ନେବାକୁ ଆସିଛି। ଲେଙ୍ଗପୁଇ ବିମାନବନ୍ଦରର ରନୱେରେ ଅବତରଣ କରିବା ସମୟରେ ବିମାନଟି କ୍ଷତିଗ୍ରସ୍ତ ହୋଇଯାଇଥିଲା। ଆସାମ ରାଇଫଲ୍ସ ଅଧିକାରୀ କହିଛନ୍ତି ଯେ, ଭାରତ ୧୮୪ ମିଆଁମାର ସୈନିକଙ୍କୁ ନିଜ ଦେଶକୁ ପଠାଇଛି। ଗତ ସପ୍ତାହରେ ମିଆଁମାରର ୨୭୬ ସୈନିକ ମିଜୋରାମରେ ପ୍ରବେଶ କରିଥିଲେ, ସେଥିମଧ୍ୟରୁ ୧୮୪ ଜଣ ସୈନିକଙ୍କୁ ସୋମବାର ପଠାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନାମୁକ୍ତ ହେଲା ମିଜୋରାମ

ନୂଆଦିଲ୍ଲୀ : ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମ କରୋନା ମୁକ୍ତ ହେବା ସହିତ ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନା ମୁକ୍ତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମିଜୋରାମ ଏହି ଧାରାରେ ସାମିଲ ହୋଇଛି । ମିଜୋରାମ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଏଚ୍‌ ଲାଲଚୁଙ୍ଗନୁଙ୍ଗା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମଷ୍ଟରଡାମରୁ ଆଇଜଲ୍‌ ଫେରିଥିବା ଜନୈକ 50 ବର୍ଷୀୟ ପାଷ୍ଟର ରାଜ୍ୟର ଏକମାତ୍ର କୋଭିଡ୍‌ 19 ସଙ୍କ୍ରମିତ ବ୍ୟକ୍ତି ରହିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୯୦୦ କଏଦୀଙ୍କୁ ଜାମିନରେ ଛାଡିବେ ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ଆତଙ୍କ ବଢି ଚାଲିଥିବା ବେଳେ ଜେଲ୍‌ରେ କରୋନାକୁ ବ୍ୟାପିବାରୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ ରାଜ୍ୟ । ଦୁଇ ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରା ଓ ମିଜୋରାମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇ ରାଜ୍ୟ ୯୦୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବାକୁ ନିଷ୍ପତ୍ତି ନେଇଛନ୍ତି । ପିଆର୍ ବଣ୍ଡ ବଳରେ ଏହି କଏଦୀ ମାନଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୪୮ ସ୍ୱତନ୍ତ୍ର କଏଦୀଙ୍କ ସମେତ ବିଚାର ପ୍ରକ୍ରିୟାରେ ରହିଥିବା ୨୯୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ମିଜୋରାମ ସରକାର । ସେହିପରି ତ୍ରିପୁରା ସରକାର ୫୫୭ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ତ୍ରିପୁରା ଆଇଜି ଜୟଦୀପ ନାୟକ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ମିଜୋରାମରେ ମଦ ବିକ୍ରି ବନ୍ଦ ହେବ

ମିଜୋରାମରେ ପୁଣି ଥରେ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବିଲ୍‌କୁ ମଂଜୁରୀ ମିଳିଛି । ମିଜୋରାମରେ ମଦ ବିକ୍ରି ନିଷେଧ ବିଲ୍‌ ୨୦୧୯କୁ ବିଧାନସଭାରେ ପେଶ୍‌ କରାଯିବ । ୨୦ ମାର୍ଚ୍ଚରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ରହିଛି । ସତ୍ତାରେ ଥିବା ମିଜୋ ନେଶନ୍‌ ଫ୍ରଣ୍ଟ ଗତ ବର୍ଷ ନଭେମ୍ବରରେ ବିଧାନସଭାରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷେଧ ଜାରି କରିବାର ଘୋଷଣା କରିଥିଲେ । ଏବେ ଏମ୍‌ଏନ୍‌ଏଫ୍‌ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ମଦ ନିଷେଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମିଜୋରାମରେ ଏହି ମଦ ନିଷେଧ ଆଇନ୍‌ ଲାଗି ହୋଇଥିଲା  । ୧୯୯୭ରୁ ଜାନୁଆରୀ ୨୦୧୫ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ରହିଥିଲା । କିନ୍ତୁ କଂଗ୍ରେସ ସରକାର ଶାସନକୁ ଆସିବା ପରେ ପୁନର୍ବାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ବିହାର ଓ ଗୁଜୁରାଟରେ ମଧ୍ୟ ମଦ ବିକ୍ରି ଉପରେ ନିଷେଧାଦେଶ ରହିଛି ।