Categories
ଆଞ୍ଚଳିକ

ଭୁବନେଶ୍ବର ଏମକେଜି କ୍ରିକେଟ କ୍ଲବ ପକ୍ଷରୁ ପହଲଗାମ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର: ଭୁବନେଶ୍ବର ଏମକେଜି କ୍ରିକେଟ କ୍ଲବ ପକ୍ଷରୁ ଆଜି ପହଲଗାମ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନିକଟରେ ଜାମ୍ମୁକାଶ୍ମୀରର ପହଲଗାମରେ ଅତର୍କିତ ଭାବେ ନିରୀହ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ଯେଉଁଭଳି ବର୍ବୋରୋଚିତ ଆକ୍ରମଣ କରି ହତ୍ୟା କଲେ ତାହା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଆଜି ଭୁବନେଶ୍ଵରର ସ୍ଥିତ ବିଜେବି ଖେଳ ପଡ଼ିଆରେ ନିଶିକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ତଥା ବରିଷ୍ଠ ଖେଳାଳି ସନ୍ତୋଷ ଏବଂ ପ୍ରିୟରଞ୍ଜନଙ୍କ ନେତୃତ୍ଵରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଦଳର ସମସ୍ତ ଖେଳାଳିମାନେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ଘୃଣ୍ୟ ଓ ଅମାନୁଷିକ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସମୟରେ ଉପସ୍ଥିତ ସମସ୍ତ ଖେଳାଳିଙ୍କ ଦ୍ଵାରା ମୃତକଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନରେ ଦଳର ବରିଷ୍ଠ ଖେଳାଳି ସତ୍ୟନାରାୟଣ ପଣ୍ଡା, ରାକେଶ ମହାନ୍ତି, ଡ଼ା. ସନ୍ଦୀପ ମହାନ୍ତି, ଯଯାତୀ ପ୍ରଧାନ, ଶିବରାମ ପାତ୍ର, ବିନୋଦ ନାୟାର, ଧର୍ମେନ୍ଦ୍ର ପ୍ରଧାନ, ମାନସ ପଣ୍ଡା, ଡ଼ା ଶୁଭକାନ୍ତ ଦାସ, ଶୁଭେନ୍ଦୁ, ମଦନ, ସୁଜନ, ଆଶିଷ, ବବୁଲ, ରିଣ୍ଟୁ, ରାହୁଲ, ସୁଶାନ୍ତ, ବୁଢା ପ୍ରମୁଖ ଉପସ୍ଥିତ ଥିଲେ।