Categories
ଆଜିର ଖବର ଜାତୀୟ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ସମେତ ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବିତ ହେଲେ ୬ ବିଜେପି ବିଧାୟକ

କଲିକତା: ପଶ୍ଚିମବଙ୍ଗ ବିଧାନସଭାରୁ ବିଜେପି ର ୬ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଏଥିରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ, ଅଗ୍ନିମିତ୍ର ପାଲ, ଶଙ୍କର ଘୋଷ, ତାପସୀ ମଣ୍ଡଳ, ବଙ୍କିମ ଘୋଷ ଏବଂ ମିହିର ଗୋସ୍ୱାମୀ ଅଛନ୍ତି। ବିଧାନସଭା ଭିତରେ ଅନୁଶାସନହୀନତା ଏବଂ ହୋ-ହଲ୍ଲା ଆଚରଣ ପାଇଁ ଏହି ବିଧାୟକମାନଙ୍କୁ ନିଲମ୍ବିତ କରାଯାଇଛି।