Categories
ଆଜିର ଖବର ଜାତୀୟ ଖବର

ଏଲଏସିରେ ଉତ୍ତେଜନା : ଲଦାଖରେ ସ୍ଥଳସେନା ମୁଖ୍ୟ

ଲଦାଖ : ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାୱଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ଏଲଏସିରେ ଉତ୍ତେଜନା ପରେ ସ୍ଥଳସେନା ମୁଖ୍ୟ ଲଦାଖ ଏବଂ ଲେହରେ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡିଛି । ଏହି ଦୁଇ ଦିନିଆ ଗସ୍ତ ସମୟରେ ଭାରତୀୟ ସେନାର ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବେ ନରାୱଣେ ।

ଅଗଷ୍ଟ 29 ତାରିଖରେ ଚୀନ୍ ସେନା ପକ୍ଷରୁ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ଭାରତୀୟ ଯବାନ ମାନେ ଏହି ଉଦ୍ୟମକୁ ପଣ୍ଡ କରି ଦେଇଥିଲେ ମଧ୍ୟ ଏହାକୁ ସତର୍କ ସୂଚନା ଭାବରେ ଗ୍ରହଣ କରାଯାଇଥିଲା।ପୂର୍ବ ଲଦାଖରେ ପେଂଗାଙ୍ଗରେ ଯଥାସ୍ଥିତି ବଦଳାଇବା ପ୍ରୟାସରେ ଚୀନ ସେନାର ଉଗ୍ର କାର୍ଯ୍ୟକଳାପ ପରେ ଉଭୟ ଦେଶ ମଧ୍ୟରେ ଗତ ତିନି ଦିନ ହେଲା କଥାବାର୍ତ୍ତା ଜାରି ରହିଛି  । ଉଭୟ ଦେଶର ବ୍ରିଗେଡ କମାଣ୍ଡରସ୍ତରୀୟ  ଅଧିକାରୀ ଚୁଶୁଲରେ ସାକ୍ଷାତ କରିଥିବାର ସୂଚନା ରହିଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ତିନି ସେନା ମୁଖ୍ୟ ଏବଂ ସିଡିଏସଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଚୀନ୍‌ ସୀମା ବିବାଦ ନିୟନ୍ତ୍ରଣରେ ରହିଛି : ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ସୀମାବିବାଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରାଓ୍ବଣେ । ଚୀନ୍‌ ସହିତ ସୀମା ବିବାଦ ନିୟନ୍ତ୍ରଣରେ ରହିଛି ବୋଲି ସ୍ଥଳସେନା ମୁଖ୍ୟ ମତ ଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି ବୋଲି ନରାଓ୍ବଣେ ମତ ଦେଇଛନ୍ତି । ଉଭୟ ଦେଶର ସରକାରୀ ଅଧିକାରୀ ଏବଂ ସେନାଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ମୁଁ ଦେଶବାସୀଙ୍କୁ ଆଶ୍ବାସନା ଦେଉଛି କି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ନରାଓ୍ବଣେ ମତ ଦେଇଛନ୍ତି । ନେପାଳ ସହିତ ଭାରତର ଭୌଗଳିକ, ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ସେହିପରି ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ପୁରାତନ ଏବଂ ସଠିକ୍‌ ରହିଛି ବୋଲି ନରାଓ୍ବଣେ ମତ ଦେଇଛନ୍ତି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି : ନରାଓ୍ବଣେ

ନୂଆଦିଲ୍ଲୀ,01/01 : ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା କାଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ପାକିସ୍ତାନ ଆତଙ୍କବାଦକୁ ମାଧ୍ୟମ ଭାବରେ ବାଛିଥିବା ବେଳେ ଧାରା 370 ଉଚ୍ଛେଦ ଆତଙ୍କବାଦ ମୁକାବିଲାର ଏକ ସଫଳ ସଫଳ ମାଧ୍ୟମ ସାବ୍ୟସ୍ତ ହୋଇଛି । ଉଲ୍ଳେଖଯୋଗ୍ୟ ଯେ, ଭାରତର 28 ତମ ସ୍ଥଳସେନା ମୁଖ୍ୟ ଭାବରେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିବା ପରେ ଏହି ମତ ପ୍ରକାଶ କରିଛନ୍ତି । (ଏଜେନ୍ସୀ)