ଏଲଏସିରେ ଉତ୍ତେଜନା : ଲଦାଖରେ ସ୍ଥଳସେନା ମୁଖ୍ୟ

Published: Sep 3, 2020, 1:31 pm IST

ଲଦାଖ : ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାୱଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ଏଲଏସିରେ ଉତ୍ତେଜନା ପରେ ସ୍ଥଳସେନା ମୁଖ୍ୟ ଲଦାଖ ଏବଂ ଲେହରେ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡିଛି । ଏହି ଦୁଇ ଦିନିଆ ଗସ୍ତ ସମୟରେ ଭାରତୀୟ ସେନାର ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବେ ନରାୱଣେ ।

ଅଗଷ୍ଟ 29 ତାରିଖରେ ଚୀନ୍ ସେନା ପକ୍ଷରୁ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ଭାରତୀୟ ଯବାନ ମାନେ ଏହି ଉଦ୍ୟମକୁ ପଣ୍ଡ କରି ଦେଇଥିଲେ ମଧ୍ୟ ଏହାକୁ ସତର୍କ ସୂଚନା ଭାବରେ ଗ୍ରହଣ କରାଯାଇଥିଲା।ପୂର୍ବ ଲଦାଖରେ ପେଂଗାଙ୍ଗରେ ଯଥାସ୍ଥିତି ବଦଳାଇବା ପ୍ରୟାସରେ ଚୀନ ସେନାର ଉଗ୍ର କାର୍ଯ୍ୟକଳାପ ପରେ ଉଭୟ ଦେଶ ମଧ୍ୟରେ ଗତ ତିନି ଦିନ ହେଲା କଥାବାର୍ତ୍ତା ଜାରି ରହିଛି  । ଉଭୟ ଦେଶର ବ୍ରିଗେଡ କମାଣ୍ଡରସ୍ତରୀୟ  ଅଧିକାରୀ ଚୁଶୁଲରେ ସାକ୍ଷାତ କରିଥିବାର ସୂଚନା ରହିଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ତିନି ସେନା ମୁଖ୍ୟ ଏବଂ ସିଡିଏସଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । (ଏଜେନ୍ସି)

Related posts