Categories
ଆଜିର ଖବର ରାଜ୍ୟ ଖବର

ମୋ ବସ୍‌ରେ ଆରମ୍ଭ ହେଲା କ୍ୟାସଲେସ୍‌ ସେବା

ଭୁବନେଶ୍ବର : ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି ସିଆରୟୁଟି । ସ୍ୱତନ୍ତ୍ର କ୍ୟୁଆର କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା ସହଜ ଓ ସୁବିଧାରେ ଖୁଚୁରା କିମ୍ବା ନୋଟ ନେଣଦେଣ ନକରି ପେମେଣ୍ଟ କରିହେବ

ସୂଚନା ମୁତାବକ ଏହି ସେବା ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ 16 ଏବଂ 20ନମ୍ବର ରୁଟରେ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ସମସ୍ତ ରୁଟ୍‌ରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଥିବା ସିଆରୟୁଟି ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଶନି ଓ ରବିବାର ବନ୍ଦ ରହିବ ମୋ ବସ୍‌

ଭୁବନେଶ୍ବର : ବସ୍ ଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ । ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ । ଜୁନ୍‌ ମାସର ସମସ୍ତ ଶନିବାର ଏବଂ ରବିବାର ବସ୍‌ ଚଳାଚଳ ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଓଲା, ଉବର ଏବଂ ଅଟୋ ସ୍ବତନ୍ତ୍ର ଅନୁମତିରେ ଚାଲିବା ନେଇ ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ମାସରେ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲିଠୁ ଚାଲିବ ମୋ ବସ୍‌ : ଜାଣନ୍ତୁ କେଉଁ ରୁଟ୍‌ରେ ଆରମ୍ଭ ହେବ ସେବା

ଭୁବନେଶ୍ବର : ଆସନ୍ତା କାଲିଠୁ ଗଡିବ ମୋ ବସ୍‌ । କଟକ-ଭୁବନେଶ୍ବର ମଧ୍ୟରେ 7ଟି ରୁଟ୍‌ରେ ଏହି ବସ୍‌ ଚଳାଚଳ ଆରମ୍ଭ ହେବ । ପ୍ରାରମ୍ଭିକ ଭାବରେ କେବଳ ଅଣ ଶୀତତାପ ନିୟନ୍ତ୍ରିତ ବସ୍‌ ଗୁଡିକୁ ଚଳାଇବାର ନିଷ୍ପତ୍ତି ନେଇଛନ୍ତି ସରକାର । ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ୍‌-ସମ୍‌, ମାଷ୍ଟରକ୍ୟାଣ୍ଟିନ୍‌-ଏମ୍ସ,,ମାଷ୍ଟରକ୍ୟାଣ୍ଟିନ୍‌-ସିଡିଏ, ମାଷ୍ଟରକ୍ୟାଣ୍ଟିନ୍‌- ଖୋର୍ଦ୍ଧା ଏବଂ ଡୁମ୍‌ଡୁମା-ମଞ୍ଚେଶ୍ବର ମଧ୍ୟରେ ଏହି ବସ୍‌ ଗୁଡିକ ଚାଲିବ ବୋଲି ଜଣାପଡିଛି । କେବଳ ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି ସେବା ଚାଲିବ । ଏହା ସହିତ ମାସ୍କ ପିନ୍ଧିଥିବା ଲୋକଙ୍କୁ ବସ୍‌ରେ ଉଠାଯିବ ଏବଂ ଯାତ୍ରୀ ଆବଶ୍ୟକ ମୂଲ୍ୟର ଖୁଚୁରା ପ୍ରଦାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।