ମୋ ବସ୍‌ରେ ଆରମ୍ଭ ହେଲା କ୍ୟାସଲେସ୍‌ ସେବା

Published: Jun 11, 2020, 8:15 pm IST

ଭୁବନେଶ୍ବର : ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି ସିଆରୟୁଟି । ସ୍ୱତନ୍ତ୍ର କ୍ୟୁଆର କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା ସହଜ ଓ ସୁବିଧାରେ ଖୁଚୁରା କିମ୍ବା ନୋଟ ନେଣଦେଣ ନକରି ପେମେଣ୍ଟ କରିହେବ

ସୂଚନା ମୁତାବକ ଏହି ସେବା ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ 16 ଏବଂ 20ନମ୍ବର ରୁଟରେ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ସମସ୍ତ ରୁଟ୍‌ରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଥିବା ସିଆରୟୁଟି ପକ୍ଷରୁ କୁହାଯାଇଛି ।

Related posts