Categories
ଆଜିର ଖବର

ମୋଦି ଓ  ହସିନା ଏକତ୍ର ଚାରୋଟି ପରିଯୋଜନାର ଉଦ୍‌ଘାଟନ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ସୋମବାର ଦିନ ଭିଡ଼ିଓ କନ୍‌ଫେରନ୍ସିଂ ଜରିଆରେ ସଡକ ପରିବହନ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଚାରୋଟି ପରିଯୋଜନାକୁ ସଂଯୁକ୍ତ ରୂପେ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ମୋଦି ଏହି ଅବସରରେ କହିଛନ୍ତି ଯେ, ଉଦ୍‌ଘାଟିତ ଏହି ସମସ୍ତ ପରିଯୋଜନା ଗୁଡ଼ିକ ସାଧାରଣ ମଣିଷ ପାଇଁ ବେଶ୍‌ ଲାଭଦାୟକ ହେବ। ବାଂଲାଦେଶ ଓ ଭାରତ ମଧ୍ୟରେ ସମ୍ପର୍କ ବହୁତ ଗଭୀର। ବାଂଲାଦେଶର ବିକାଶ ଭାରତ ପାଇଁ ଖୁସିର ବିଷୟ ଏହା ଦ୍ବାରା ଲୋକଙ୍କୁ ପ୍ରେରଣା ମଧ୍ୟ ମିଳିବ। ଏହି ପରିଯୋଜନା ହେଉଛି ଏହାର ପ୍ରତୀକ, ଯାହାଦ୍ବାରା ଭାରତ ଓ ବାଂଲାଦେଶ ସାଧାରଣ ଜନତାଙ୍କ ଜୀବନର ସ୍ତର ସୁଧାରିବା ପାଇଁ ଦୁଇ ରାଷ୍ଟ୍ର ମିଳିମିଶି କାମ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ସଡକ ପଥ ନିର୍ମାଣ ସହ ଜ୍ଞାନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ମିଳିମିଶି କାମ କରିବା ଏକ ନୂଆ ଦିଗ। ଜଳ ଉପଚାର ପ୍ଲାଣ୍ଟ ଦ୍ବାରା ହଜାର ସଂଖ୍ୟକ ଘରକୁ ସ୍ବଚ୍ଛ ପିଇବା ଜଳ ମିଳିପାରିବ ଏବଂ କମ୍ୟୁନିଟି କ୍ଲିନିକ୍ସ ଦ୍ବାରା ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିପାରିବ ।