Categories
ଆଜିର ଖବର

ଆଜି ମୋହାଲୀରେ ଖେଳାଯିବ ଚତୁର୍ଥ ଦିନିକିଆ, ଅଷ୍ଟ୍ରେଲିଆ ଭାରତ ମଧ୍ୟରେ କଡା ଟକ୍କର ସମ୍ଭାବନା

କ୍ରିକେଟ ଖେଳର ସବୁଠାରୁ ବଡ ଫର୍ମାଟ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଆଉ ଅଳ୍ପ କିଛିଦିନ ବାକି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଭାଗ ନେଉଥିବାରୁ ଦୁଇଦଳ ପାଇଁ ଚଳିତ ଶୃଙ୍ଖଳା ମହତ୍ବପୂର୍ଣ୍ଣ ହୋଇପଡିଛି। ଚଳିତ ପେଟିଏମ ଶୃଙ୍ଖଳାର ପ୍ରଥମ ତିନୋଟି ମ୍ୟାଚ ଶେଷ ହୋଇଥିବା ବେଳେ ଘରୋଇ ଭାରତୀୟ ଦଳ ଦୁଇଟି ମ୍ୟାଚ ଏବଂ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଏହି ୫୦ଓଭର ବିଶିଷ୍ଠ ଶୃଙ୍ଖଳାରେ ୫ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୨-୧ ରେ ଆଗୁଆ ରହିଛି। ବିଶ୍ଵକପ ପାଇଁ ପ୍ରସ୍ତୁତ ହେବାକୁ ଉଭୟଦଳ ପାଇଁ ଏହା ହେଉଛି ଶେଷ ସୁଯୋଗ। ତେଣୁ ବାକି ରହିଥିବା ଆଉ ଦୁଇଟି ମ୍ୟାଚ ପାଇଁ ଉଭୟ ଦଳର ନଜର ରହିଛି। ଭାରତ ଆଜିର ମ୍ୟାଚରେ ବିଜୟ ହୋଇ ଶୃଙ୍ଖଳା ହାତେଇବାକୁ ଅଶା ରିଖିଥିବାବେଳେ, ସେପଟେ ଅଷ୍ଟ୍ରେଲିଆ ଦଳ ନିଜର ସମ୍ପୁର୍ଣ୍ଣ କୌଶଳ ଲଗାଇ ଶୃଙ୍ଖଳାକୁ ଫେରିବାକୁ ଚେଷ୍ଟା କରିବ। ଫିଞ୍ଚଙ୍କ ଦଳ କର ବା ମର ସ୍ଥିତିରେ ରହିଥିବା ବେଳେ କୌଣସିମତେ ଅବଶିଷ୍ଟ ଦୁଇଟି ମ୍ୟାଚ ହାତଛଡା କରିବା ପାଇଁ ଚାହିଁବ ନାହିଁ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରି ନୂଆ ଖେଳାଳିକୁ ଅବଶିଷ୍ଟ ମ୍ୟାଚରେ ସ୍ଥାନ ଦେଇପାରନ୍ତି ବୋଲି ସୂଚନା ରହିଛି।