Categories
ଆଜିର ଖବର ଜାତୀୟ ଖବର

ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍, ସବୁ ଭିଡିଓ ଗାଏବ

ନୂଆଦିଲ୍ଲୀ: ଭାରତର ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତଙ୍କ ନିଜସ୍ବ ୟୁଟ୍ୟୁବ ଚ୍ୟାନେଲ ‘Mojo Story’ କୁ ହ୍ୟାକର ମାନେ ହ୍ୟାକ କରିଦେଇଛନ୍ତି। ଏପରିକି ଏହି ଚ୍ୟାନେଲରେ ଥିବା ପ୍ରାୟ 11 ହଜାର ଭିଡିଓକୁ ମଧ୍ୟ ହ୍ୟାକରମାନେ ଡିଲିଟ କରିଥିବାର ଜଣାପଡିଛି। ଏ ନେଇ ବର୍ଖା ୟୁଟ୍ୟୁବ ଚ୍ୟାନେଲ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଏ ନେଇ ବର୍ଖା ନିଜେ ଟୁଇଟ କରି ଅବଗତ କରାଇଛନ୍ତି। ସେ ଲେଖିଛନ୍ତି ଯେ, ଯେତେବେଳେ ମୋ ଚ୍ୟାନେଲ ହ୍ୟାକ ହୋଇଛି ଏବଂ ସବୁ ଭିଡିଓ ଡିଲିଟ ହୋଇଛି ମୁଁ ଆଶ୍ଚର୍ଯ୍ୟ ହେଲି। ମୋତି ଲାଗିଲା ସତେ ଯେପରି ମୋ ଛାତିରେ କିଏ ଛୁରି ଭୂଷି ଦେଇଛି। ୟୁଟ୍ୟୁବ ଏତେବଡ ସଂସ୍ଥା ହୋଇଥିଲେ ମଧ୍ୟ ହ୍ୟାକରମାନେ କିପରି ଏହା କଲେ ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ବର୍ଖା କହିଛନ୍ତି।

ତେବେ ବର୍ଖାଙ୍କ ଅଭିଯୋଗ ପରେ ୟୁଟ୍ୟୁବ ତରଫରୁ ଖୋଳତାଡ ଆରମ୍ଭ ହୋଇଛି। ଉପଯୁକ୍ତ ତଦନ୍ତ କରାଯାଉଛି ବୋଲି ସେମାନେ ବର୍ଖାକୁ ଅବଗତ କରାଇଛନ୍ତି।