Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

 ମୁମ୍ବାଇରେ ସରିଲା ରଥଯାତ୍ରା ଉତ୍ସବ, ଜମିଲା ଓଡ଼ିଆଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ମୁମ୍ବାଇ : ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା କରାଯାଇଥିଲା। ୨୦୦୬ମସିହାରୁ ଉଦ୍ୟେକ୍ତା ଭାବେ ରାମ ପ୍ରସାଦ ମୁଦୁଲି ରଥ ଯାତ୍ରା ଆରମ୍ଭ କରିଥିଲେ। ୨୦୦୮ରୁ ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଓଡ଼ିଆ ସାମିଲ ହୋଇ ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ସହଯୋଗ ଦ୍ୱରା ଏହି ରଥଯାତ୍ରା ମହୋତ୍ସବ ହୋଇ ଆସୁଛି।

ଭକ୍ତମାନଙ୍କ ଗହଣରେ ରଥଯାତ୍ରାର ଉଦ୍ୟୋକ୍ତା ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା ସମ୍ପାଦ୍ଖଚ୍ଛ ହୋଇଥିଲା । ପାରମ୍ପରିକ ଘଂଟ ବାଦ୍ୟରେ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ  ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ । ପ୍ରତିଦିନ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଯାତ୍ରା ନୀତି ସମାପନ ହୋଇଛି।

ଏହି ଅବସରରେ ଓଡ଼ିଶାର ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନୃତ୍ୟ ପରିବେଷଣ କରିଥିଲା। କଳାକାରମାନେ ଓଡ଼ିଶୀ, ନୃତ୍ୟ, ଲୋକ ନୃତ୍ୟ ଓ କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀ ପ୍ରେମାଞ୍ଜଳି ମିଶ୍ର, ବର୍ଷାରାଣୀ ପଟ୍ଟନାୟକ, ସାଇଶ୍ରୀ ଦାଶ, ସୂର‌୍ୟସ୍ନାତା ପଟ୍ଟନାୟକ, ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ପ୍ରତିକ୍ଷା ଭୋଇ, ସର୍ବପ୍ରୀୟା ଆରୁସି ଛୋଟରାୟ, ସୁଭ୍ରାଗିଂ ମହାନ୍ତି, ସସ୍ମିତା ଭୋଇ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ।