Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦ୍ବିତୀୟ ଥର କନ୍ୟା ସନ୍ତାନ ହେବାରୁ କାନ୍ଥରେ ପିଟି ପିଟି ଝିଅକୁ ହତ୍ୟା କଲା ମା’

ଲୁଧିଆନା : ପଞ୍ଜାବର ଲୁଧିଆନାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଦ୍ବିତୀୟ ଥର ଝିଅ ଜନ୍ମ ଦେବା କାରଣରୁ ଚାରି ବର୍ଷର ଝିଅକୁ ବାଥରୁମ୍‌ର କାନ୍ଥରେ ପିଟି ପିଟି ହତ୍ୟା କରିଛି ।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ବିହାରର ଜଣେ ପ୍ରବାସୀ ଶ୍ରମିକ ଟିଙ୍କୁ ଯାଦବଙ୍କ ସ୍ତ୍ରୀ ।ଅଭିଯୁକ୍ତା ମହିଳା ଲୁଧିଆନାର ନବନୀତ ନଗରରେ ରହୁଥିଲେ । ତାଙ୍କର ଚାରି ବର୍ଷର ଝିଅ ରହିଥିବାବେଳେ ଦୁଇ ମାସ ପୂର୍ବରୁ ସେ ଆଉ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଦ୍ବିତୀୟ ଥର ଝିଅ ହେବା ପରେ ମହିଳା ଜଣକ ବହୁତ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ତାଙ୍କର କୌଣସି ପୁଅ ନଥିବାରୁ ସେ ରାଗରେ ତାଙ୍କ ଚାରି ବର୍ଷର ଝିଅକୁ ଗାଧେଇଦେବା ବାହାନାରେ ବାଥରୁମ୍କୁ ନେଇ ସେଠାରେ କାନ୍ଥରେ ତାଙ୍କ ଝିଅକୁ ପିଟିବା ଆରମ୍ଭ କରିଦେଇଥିଲେ । ତେବେ ନିରୀହ ଝିଅର କାନ୍ଦ ଶୁଣି ଯେତେବେଳ ତାଙ୍କ ପିତା ଦୌଡି ଆସିଥିଲେ, ସେତେବେଳେ ସେ ଏସବୁ କାଣ୍ଡ ଦେଖି ନିସ୍ତବ୍ଧ ହୋଇଯାଇଥିଲା । ପିତା କୌଣସି ମତେ ମହିଳାଙ୍କଠାରୁ ଝିଅକୁ ଛଡାଇ ଲହୁଲୁହାଣ ଅବସ୍ଥାରେ ଝିଅକୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି । ତବତତେବ ଦ୍ବିତୀୟ ଥର ଏକ ଝିଅର ମା’ ହେବାରୁ ମହିଳା ଜଣକ ମାନସିକ ସ୍ତରରେ ପୂରାପୂରି ଅସୁସ୍ଥ ହୋଇପଡିଥିଲେ ।

ଆଜିର ସମୟରେ ଝିଅ ଓ ପୁଅ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ । କିନ୍ତୁ କେହି କେହି ଏହାକୁ ଗ୍ରହଣ କରି ପାରୁନାହାନ୍ତି । ପୁଅ ହେଉ କି ଝିଅ ସମେସ୍ତ ସମାନ ଏହାକୁ ଗ୍ରହଣ ନ କରି ଅମାନବୀୟ କାଣ୍ଡ ଘଟାଉଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟାର ମାସେ ପରେ ମାଟି ତଳୁ ମିଳିଲା ଶବ

ବଣାଇ : ହତ୍ୟାର  ମାସେ ପରେ ମାଟିତଳୁ ଶବ ଉଦ୍ଧାର ହୋଇଛି । ବଣାଇର ମହୁଲପଦା ଥାନା ଉପରକନିଆ ଗ୍ରାମ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାର ମାସେ ପରେ ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହୁଲପଦା ଥାନା ଉପରକନିଆ ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ୍‌ ଏହି ମୃତଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ସ୍ବାମୀ ଗିରଫ ହୋଇଛନ୍ତି । ମାସେ ତଳେ ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ସ୍ବାମୀ ।

Categories
ଆଜିର ଖବର ରାଜ୍ୟ ଖବର

ବୀଭତ୍ସ କାଣ୍ଡ: ପରିବାରର ୩ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ଗତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନିଜଣଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି  ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ। ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ତେବେ ଏହି ଆକ୍ରମଣ ପଛରେ କାହା ହାତ ଅଛି ଓ କିଏ, କାହିଁକି ଏପରି ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାନ୍ଦେଡ୍‌ରେ ଲିଙ୍ଗାୟତ ସମାଜର ସାଧୁଙ୍କୁ ହତ୍ୟା

ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ଜଣେ ସାଧୁଙ୍କ ହତ୍ୟା ହୋଇଛି । ଲିଙ୍ଗାୟତ ସମ୍ପ୍ରଦାୟର ଜନୈକ ସାଧୁଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି । ସାଧୁଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଆଶ୍ରମରୁ ନେବାକୁ ଚେଷ୍ଟା କରିବା ସମୟରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଶନିବାର ରାତି 12ଟାରୁ 12.30 ମଧ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ହତ୍ୟା ଅଭିଯୁକ୍ତଙ୍କ ନାମ ସାଇନାଥ ବୋଲି ଜଣାପଡିଛି ।

ସେହିପରି ସାଇନାଥଙ୍କ ସହଯୋଗୀ ଭଗବାନ ରାମ ସିନ୍ଦେଙ୍କ ମୃତ ଦେହ ସ୍ଥାନୀୟ ଜିଲ୍ଲା ପରିଷଦ ସ୍କୁଲରୁ ଉଦ୍ଧାର କରାଯାଇଛି । ରବିବାର ସକାଳୁ ଦ୍ବିତୀୟ ମୃତଦେହ ଉଦ୍ଧାର ହେବା ପରେ ଏହି ଘଟଣା ପଛରେ ଅନ୍ୟକିଛି ଯୋଜନା ରହିଥିବା ନେଇ ପୋଲିସ୍‌ ଅନୁମାନ ଲଗାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ସମୀକ୍ଷା ବ୍ୟୁରୋ

ଗୁଣୁପୁର : ସ୍ବାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । କିନ୍ତୁ ଏହି ସମ୍ପର୍କରେ ଏବେ ଭଟ୍ଟା ପଡୁଛି। ସାମାନ୍ୟ ବଚସାରୁ ଭୟଙ୍କର କାଣ୍ଡ ଘଟୁଛି । ଘରୋଇ କଳିରୁ ସ୍ତ୍ରୀର ଜୀବନ ନେଇଛି ସ୍ବାମୀ ।  ଗୁଣୁପୁରଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ପଦ୍ମପୁର ଥାନା ନୂଆସାହିରେ ଘରୋଇ କଳିରୁ ଏପରି ନୃଶଂସ କାଣ୍ଡ ଘଟିଛି । ଅଭିଯୁକ୍ତ ସ୍ବାମୀ ଫେରାର୍‌ ହୋଇଯାଇଥିବାବେଳେ ପୋଲିସ୍‌ ମୃତଦେହକୁ ଜବତ କରି ଘଟଣାର ତନାଘନା ଆରମ୍ଭ କରିଛି ।

Categories
ଆଜିର ଖବର

କଟକରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମୀକ୍ଷା ବ୍ୟୁରୋ
କଟକ ,13/12 : କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି । ଖବର ପାଇ କଟକ ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଘରଟିକୁ ସିଲ୍‌ କରି ଦିଆଯାଇଥିବା ବେଳେ ପୁଲିସ୍‌ ମୁତୟନ ହୋଇଛନ୍ତି ।