ଦ୍ବିତୀୟ ଥର କନ୍ୟା ସନ୍ତାନ ହେବାରୁ କାନ୍ଥରେ ପିଟି ପିଟି ଝିଅକୁ ହତ୍ୟା କଲା ମା’

Published: Oct 18, 2020, 12:23 pm IST

ଲୁଧିଆନା : ପଞ୍ଜାବର ଲୁଧିଆନାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଦ୍ବିତୀୟ ଥର ଝିଅ ଜନ୍ମ ଦେବା କାରଣରୁ ଚାରି ବର୍ଷର ଝିଅକୁ ବାଥରୁମ୍‌ର କାନ୍ଥରେ ପିଟି ପିଟି ହତ୍ୟା କରିଛି ।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ବିହାରର ଜଣେ ପ୍ରବାସୀ ଶ୍ରମିକ ଟିଙ୍କୁ ଯାଦବଙ୍କ ସ୍ତ୍ରୀ ।ଅଭିଯୁକ୍ତା ମହିଳା ଲୁଧିଆନାର ନବନୀତ ନଗରରେ ରହୁଥିଲେ । ତାଙ୍କର ଚାରି ବର୍ଷର ଝିଅ ରହିଥିବାବେଳେ ଦୁଇ ମାସ ପୂର୍ବରୁ ସେ ଆଉ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଦ୍ବିତୀୟ ଥର ଝିଅ ହେବା ପରେ ମହିଳା ଜଣକ ବହୁତ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ତାଙ୍କର କୌଣସି ପୁଅ ନଥିବାରୁ ସେ ରାଗରେ ତାଙ୍କ ଚାରି ବର୍ଷର ଝିଅକୁ ଗାଧେଇଦେବା ବାହାନାରେ ବାଥରୁମ୍କୁ ନେଇ ସେଠାରେ କାନ୍ଥରେ ତାଙ୍କ ଝିଅକୁ ପିଟିବା ଆରମ୍ଭ କରିଦେଇଥିଲେ । ତେବେ ନିରୀହ ଝିଅର କାନ୍ଦ ଶୁଣି ଯେତେବେଳ ତାଙ୍କ ପିତା ଦୌଡି ଆସିଥିଲେ, ସେତେବେଳେ ସେ ଏସବୁ କାଣ୍ଡ ଦେଖି ନିସ୍ତବ୍ଧ ହୋଇଯାଇଥିଲା । ପିତା କୌଣସି ମତେ ମହିଳାଙ୍କଠାରୁ ଝିଅକୁ ଛଡାଇ ଲହୁଲୁହାଣ ଅବସ୍ଥାରେ ଝିଅକୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି । ତବତତେବ ଦ୍ବିତୀୟ ଥର ଏକ ଝିଅର ମା’ ହେବାରୁ ମହିଳା ଜଣକ ମାନସିକ ସ୍ତରରେ ପୂରାପୂରି ଅସୁସ୍ଥ ହୋଇପଡିଥିଲେ ।

ଆଜିର ସମୟରେ ଝିଅ ଓ ପୁଅ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ । କିନ୍ତୁ କେହି କେହି ଏହାକୁ ଗ୍ରହଣ କରି ପାରୁନାହାନ୍ତି । ପୁଅ ହେଉ କି ଝିଅ ସମେସ୍ତ ସମାନ ଏହାକୁ ଗ୍ରହଣ ନ କରି ଅମାନବୀୟ କାଣ୍ଡ ଘଟାଉଛନ୍ତି । (ଏଜେନ୍ସି)

Related posts