Categories
ଆଜିର ଖବର

ଶହୀଦଙ୍କ ପରିବାରକୁ ୧୧୦ କୋଟି ଦାନ କଲେ ମୁରତାଜା ଅଲ୍ଲୀ

ରାଜସ୍ଥାନ କୋଟା ବାସିନ୍ଦା ମୁରତାଜା ଅଲ୍ଲି ହମିଦ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ୧୧୦କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଅର୍ଥ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଯୋଗାଇ ଦେବେ ବୋଲି ପିଏମ୍‌ଓ କାର୍ଯ୍ୟାଳୟକୁ ଇମେଲ୍‌ କରିଥିଲେ। ମୁରତାଜା ଅଲ୍ଲି ହେଉଛନ୍ତି ରାଜସ୍ଥାନ କୋଟା ବାସିନ୍ଦା ହେଲେ ଏବେ ସେ ମୁମ୍ବାଇରେ ରହି ଆସୁଛନ୍ତି। ସେଠାରେ ସେ ସରକାରୀ କମର୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବେ ଜଣେ ଗବେଷକ ତଥା ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଜନ୍ମରୁ ଦୃଷ୍ଟିହୀନ ମୁରତାଜା ସମ୍ପ୍ରତି ଗବେଷକ ତଥା ବୈଜ୍ଞାନିକ ଭାବେ କାର୍ଯ୍ୟରତ। ସେ ‘ଫୁଏଲ ବର୍ଣ୍ଣ ରେଡିଏଶନ ଟେକ୍ନୋଲଜି’ ଉପରେ କାମ କରୁଛନ୍ତି। ଯାହା ବିନା ଜିପିଏସ୍‌ରେ ଯେ କୌଣସି ଗାଡି ବା ବସ୍ତୁକୁ ଖୋଜି ପାରିବ। ମାତୃଭୂମି ପାଇଁ ଜୀବନ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ପରିବାରକୁ ସହଯୋଗର ହାତ ବଢାଇବା ପ୍ରତି ଭାରତୀୟର କର୍ତ୍ତବ୍ୟ ତେଣୁ ସେ ସହାୟତା କରିବାକୁ ଇଚ୍ଛା କରିଛନ୍ତି ବୋଲି କହିଛନ୍ତି ।