Categories
ଆଜିର ଖବର ଜାତୀୟ ଖବର

ଗୀତା କ୍ବିଜ୍‌ରେ ପ୍ରଥମ ହେଲେ ମୁସଲିମ୍‌ ଯୁବକ

ଜୟପୁର : ଗୀତା କ୍ବିଜ୍‌ରେ ପ୍ରଥମ ହୋଇଛନ୍ତି ଜନୈକ ମୁସ୍‌ଲିମ୍‌ ଯୁବକ । ଅକ୍ଷୟ ପାତ୍ର ଫାଉଣ୍ଡେସନ ଏବଂ ହରେକୃଷ୍ଣ ମିଶନ ପକ୍ଷରୁ ଆୟୋଜିତ ଏହି ଭଗବତ୍‌ ଗୀତା କ୍ବିଜ୍‌ କାର୍ଯ୍ୟକ୍ରମରେ 16 ବର୍ଷୀୟ ମୁସଲିମ୍‌ ବାଳକ ବିଜୟୀ ହୋଇଛନ୍ତି । ଦୁଇ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟଟି 6 ମାସ ଧରି ଆୟୋଜିତ ହୋଇଥିବା ବେଳେ ସମଗ୍ର ଭାରତ ବର୍ଷରୁ 5 ହଜାର ଛାତ୍ର ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । 16 ବର୍ଷୀୟ ଛାତ୍ର ଅବ୍‌ଦୁଲ୍‌ କାଜ୍‌ଗୀ ସମସ୍ତଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । କାର୍ଟୁନ୍‌ ସିରିଜ୍‌ ଲିଟିଲ୍‌ କ୍ରିଷ୍ଣା ଦେଖି ସେ ଭଗବାନ କୃଷ୍ଣ ଏବଂ ଭଗବଦ ଗୀତା ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି ଅବ୍‌ଦୁଲ୍‌ କାଜ୍‌ଗୀ ପ୍ରକାଶ କରିଛନ୍ତି । କାଜ୍‌ଗୀଙ୍କ ପିତା ଅବ୍‌ଦୁଲ୍‌ କଲୀମ୍‌ ଜୟପୁରର ସାଙ୍ଗାନେର୍‌ରେ ଏକ ତେଜରାତି ଦୋକାନ କରିଛନ୍ତି । (ଏଜେନ୍ସି)